ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଭୂସ୍ଖଳନର ଭୟଙ୍କର ତାଣ୍ଡବ । ବିପତ୍ତିକୁ ଆଖିରେ ନଦେଖିଲେ ବିଶ୍ୱାସ କରିବା କଷ୍ଟ । ପୂରା ଗାଁ ଛାରଖାର, ୧୨ ଜଣ ନିଖୋଜ । ପଙ୍କ କାଦୁଅରେ ପଶି ଉଦ୍ଧାରକାରୀଙ୍କ ଶତଚେଷ୍ଟା ପରେ
ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଭୂସ୍ଖଳନର ଭୟଙ୍କର ତାଣ୍ଡବ । ବିପତ୍ତିକୁ ଆଖିରେ ନଦେଖିଲେ ବିଶ୍ୱାସ କରିବା କଷ୍ଟ । ପୂରା ଗାଁ ଛାରଖାର, ୧୨ ଜଣ ନିଖୋଜ । ପଙ୍କ କାଦୁଅରେ ପଶି ଉଦ୍ଧାରକାରୀଙ୍କ ଶତଚେଷ୍ଟା ପରେ ବି ଏଯାଏଁ ମିଳିଛି କେବଳ ଜଣଙ୍କ ପତ୍ତା । ତେବେ କେମିତି ଥିଲା ୨୮ ତାରିଖ ରାତିର ସେଇ କାଳ ମୁହୂର୍ତ୍ତ, ଆଉ ଆଜି କେମିତି ଅଛି ଗାଁର ସ୍ଥିତି , ବାହାରୁ ଶୁଭିଲା ଆସ ଆସ ଆର୍ତ୍ତଚିତ୍କାର… କବାଟ ଖୋଲିବା ବେଳକୁ ଘର ଆଗରେ ପଥର ଗଦା.. ପଙ୍କ କାଦୁଅ… । ଆଖି ଆଗରେ ପୋତି ହୋଇଗଲେ ସ୍ୱାମୀ… । ଯାଆଁଳା ଛୁଆଙ୍କୁ ଧରି ଅଳ୍ପକେ ବର୍ତ୍ତିଗଲେ ଏହି ମହିଳା ।… ଅର୍ଣ୍ଣବ ବାତ୍ୟା ଯୋଗୁ ଅବିଶ୍ରାନ୍ତ ବର୍ଷା…
ତା ଭିତରେ କିଛି ଏମିତି ଥିଲା ଭଞ୍ଜନଗରରେ ଭୂସ୍ଖଳନର ତାଣ୍ଡବ । ଆଉ ଇଏ ତା ପରର ଚିତ୍ର ।.. ଧ୍ୱଂସସ୍ତୁପ ପାଲଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗାଁ । ପାହାଡ଼ ଛାତିରେ ଭୂସ୍ଖଳନର ଭୟଙ୍କର ଦୃଶ୍ୟ । ଉପରମୁଣ୍ଡରେ ବର୍ଷା ପରେ ପ୍ରାୟ ୩ କିଲୋମିଟର ପାହାଡ଼ ଧସିଛି । ଗାଁରେ ମାଟି ପଥର ଅଜାଡ଼ି ଦେଇଛି ପାହାଡ଼ି ସୁଅ । ଅଣ୍ଟାଏ ଉଚ୍ଚ ପଙ୍କରେ ପଶି ମାଟି ତଳୁ ଚାଲିଛି ଜୀବନ ଖୋଜା । ଏଠି ଭୂସ୍ଖଳନ ପରେ ୧୨ ଜଣଙ୍କ ପତ୍ତା ମିଳୁନି । (ଲ୍ୟାଣ୍ଡସ୍ଲାଇଡ୍ ମିସିଂ ନେମ୍ ଗ୍ରାଫିକ୍ସ) । ସେମାନେ କେଉଁଠି ଅଛନ୍ତି, କେମିତି ଅଛନ୍ତି କାହାକୁ ଜଣାନାହିଁ ।…
ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଏହି ଗାଁର ୯ଟି ଘର ଭୂସ୍ଖଳନ ପଂଝାରେ ନିଶ୍ଚିହ୍ନ ହୋଇଯାଇଛି ।
୯ ପରିବାରର ୨୬ଜଣଙ୍କ ମଧ୍ୟରୁ ୧୧ଜଣଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ୧୩ଜଣ ନିଖୋଜ ଥିଲେ । ଆଜି ସକାଳୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏସଓଜି, ଓଡ୍ରାଫ୍, ଏନଡିଆରଏଫ, ଅଗ୍ନିଶମ ବାହିନୀ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର ସମ୍ଭବ ହୋଇଛି । ଉଦ୍ଧାର ହୋଇଥିବା ଲୋକଙ୍କୁ ଘୁ. ଉଦୟଗିରି କତିଙ୍ଗିଆର କିଲାପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି। ଭୂସ୍ଖଳନ ବିଭୀଷିକା ମନରେ ଏମିତି ଦାଗ ଛାଡ଼ି ଯାଇଛି ଯେ, ଏବେ ସେମାନେ ନିଜ ଗାଁକୁ ଯିବାକୁ ବି ଡରୁଛନ୍ତି ।…
କେବଳ ଏଇ ଗାଁ ନୁହେଁ, ମୂଷଳ ଧାରାରେ ବର୍ଷା ଯୋଗୁ ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି ।.. କନ୍ଧମାଳରେ ଭୁସ୍ଖଳନ ଯୋଗୁଁ ମାଟିରେ ପୋତିହୋଇ ୩ଜଣଙ୍କ ଜୀବନ ଯାଇଛି। …

