ଗାଁ ଦାଣ୍ଡରେ ବୁଲୁଛି ଅସୁସ୍ଥ ଦନ୍ତା । ୧୫ ଦିନରୁ ଅଧିକ ସମୟ ଧରି ଅସୁସ୍ଥ ଥିବା ଏକ ଦନ୍ତା ହାତୀ ଆଜି କେନ୍ଦୁଝର ଚମ୍ପୁଆ ରେଞ୍ଜ ମଙ୍ଗଳପୁର ଜଙ୍ଗଲରୁ ବାହାରି ଗାଁ ଦାଣ୍ଡରେ ବୁଲୁଥିବାର ଦେଖାଯାଇଛି
ଗାଁ ଦାଣ୍ଡରେ ବୁଲୁଛି ଅସୁସ୍ଥ ଦନ୍ତା । ୧୫ ଦିନରୁ ଅଧିକ ସମୟ ଧରି ଅସୁସ୍ଥ ଥିବା ଏକ ଦନ୍ତା ହାତୀ ଆଜି କେନ୍ଦୁଝର ଚମ୍ପୁଆ ରେଞ୍ଜ ମଙ୍ଗଳପୁର ଜଙ୍ଗଲରୁ ବାହାରି ଗାଁ ଦାଣ୍ଡରେ ବୁଲୁଥିବାର ଦେଖାଯାଇଛି । ବନ ବିଭାଗ ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରି ବିଫଳ ହୋଇଛି । ହା ତୀଟି କାହାକୁ କୌଣସି କ୍ଷୟକ୍ଷତି କରୁନଥିବା ବେଳେ ହାତୀଟି ଗାଁରେ ବୁଲିବା ଫଳରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଗୋଟିଏ ପଟେ ବନବିଭାଗ ହାତୀଟିକୁ ଡ୍ରୋନ୍ ସାହାଯ୍ୟରେ ଅନୁଧ୍ୟାନ କରିବା କଥା କହୁଛି । ଅସୁସ୍ଥ ଦନ୍ତା ହାତୀଟି ଏକୁଟିଆ ଗାଁ ଦାଣ୍ଡରେ ଘୂରି ବୁଲୁଥିବା ବେଳେ ଡ୍ରୋନର ଆବଶ୍ୟକତା କଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

