ସଂସଦରେ ବିରୋଧୀଙ୍କ ଜୋରଦାର ପ୍ରତିବାଦ , ଦିନ ୧୨ଟା ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ

ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ସଂସଦରେ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ସହ ଲୋକସଭାରେ ତୀବ୍ର ନାରାବାଜି କରିଛନ୍ତି ।

ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ସଂସଦରେ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ସହ ଲୋକସଭାରେ ତୀବ୍ର ନାରାବାଜି କରିଛନ୍ତି । ଫଳରେ ଗୃହର କାର୍ଯ୍ୟକଳାପ ସ୍ୱାଭାବିକ ଭାବେ ଚାଲିପାରିନଥିବା ବେଳେ ଲୋକସଭାକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି । ଗୃହରେ ବାରମ୍ବାର ନାରାବାଜି ଏବଂ ୱେଲ୍‌କୁ ଆସି ପ୍ରତିବାଦ କରିବାରୁ ଲୋକସଭାର ପରିବେଶ ଅଶାନ୍ତ ହୋଇପଡ଼ିଥିଲା । ବାଚସ୍ପତି ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରି ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ଅନୁରୋଧ କରିଥିଲେ ।

ହେଲେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିବାରୁ ଶେଷରେ ଲୋକସଭାର କାର୍ଯ୍ୟକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିବାକୁ ପଡ଼ିଥିଲା । ଏପଟେ ମୌସୁମୀ ଅଧିବେଶନରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ପ୍ରସ୍ତୁତ ଥିବାବେଳେ, ବିରୋଧୀ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଫଳରେ ଆଗାମୀ ଦିନରେ ମଧ୍ୟ ସଂସଦରେ ତୁମୁଳ ବିତର୍କ ଓ ରାଜନୈତିକ ଟକ୍କର ଦେଖିବାକୁ ମିଳିପାରେ ।

Leave a Reply

Your email address will not be published. Required fields are marked *