ରବି କିଶନଙ୍କ ନକଲ କରି ଭାଇରାଲ ହେଲେ ଯୁବରାଜ୍

ଗୋରଖପୁର ସାସଂଦ ଏବଂ ଅଭିନେତା ରବି କିଶନଙ୍କ ସଂସଦୀୟ ଭାଷଣକୁ କପି କରି ମଞ୍ଚରେ ପରିବେଷଣ କରି ଜଣେ ଛାତ୍ର ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଛାତ୍ରଙ୍କ ନାମ ଯୁବରାଜ ଚୌଧୁରୀ ।  

ଗୋରଖପୁର ସାସଂଦ ଏବଂ ଅଭିନେତା ରବି କିଶନଙ୍କ ସଂସଦୀୟ ଭାଷଣକୁ କପି  କରି  ମଞ୍ଚରେ ପରିବେଷଣ କରି ଜଣେ ଛାତ୍ର ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଛାତ୍ରଙ୍କ ନାମ ଯୁବରାଜ ଚୌଧୁରୀ ।  ସେ ଜୟପୁରରେ ଆୟୋଜିତ ନ୍ୟାସ୍‌ନାଲ ୟୁଥ ପାର୍ଲାମେଣ୍ଟ- ୨୦୨୬ରେ ରବି କିଶନଙ୍କ କଥା କହିବା ଶୈଳୀ, ହାବଭାବ, ସ୍ୱରକୁ ଅବିକଳ ଭାବେ ଉପସ୍ଥାପନ କରିଥିଲେ ।  ଏହାର ଭିଡିଓ ଭାଇରାଲ୍ ହେବା ପରେ ନିଜେ ରବି କିଶନ ତାଙ୍କୁ ପ୍ରଶଂସା କରିଛନ୍ତି ।  ରବି କିଶନ ନିଜର ଏକ୍ସ ଆକାଉଣ୍ଟରେ ଭିଡିଓ ସେୟାର କରି ଯୁବରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି ଯୁବରାଜ ଯେଉଁ ଆତ୍ମବିଶ୍ୱାସ, ଗମ୍ଭୀରତା ଓ ପ୍ରଭାବଶାଳୀ ଶୈଳୀରେ ତାଙ୍କ ସଂସଦୀୟ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିଛନ୍ତି, ତାହା ଖୁବ ପ୍ରଶଂସନୀୟ । ଦେଶର ଯୁବପିଢ଼ି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସଂସଦୀୟ ପରମ୍ପରା ପ୍ରତି ଆଗ୍ରହ ଦେଖାଉଥିବା ଦେଖି ସେ ଖୁସି ପ୍ରକାଶ କରିଛନ୍ତି ।

ଯୁବରାଜ ଚୌଧୁରୀ ସଂସଦରେ ବ୍ରଡକାଷ୍ଟିଂ ସେବା ବିଲ୍ ଉପରେ ହୋଇଥିବା ଆଲୋଚନା ସମୟରେ ରବି କିଶନ ଦେଇଥିବା ଭାଷଣକୁ ମଞ୍ଚରେ ପୁନଃ ଉପସ୍ଥାପନ କରିଥିଲେ । ତାଙ୍କ ଉପସ୍ଥାପନାରେ ଉପସ୍ଥିତ ଦର୍ଶକମାନେ ମଧ୍ୟ ବେଶ୍ ପ୍ରଭାବିତ ହୋଇଥିଲେ ।  ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାକୁ ଲାଗିଛି । ଅନେକ ୟୁଜର୍ସ ଯୁବରାଜଙ୍କ ସ୍ମୃତିଶକ୍ତି, ମଞ୍ଚ ଉପସ୍ଥାପନା ଏବଂ ଅଭିନୟ ଶୈଳୀର ପ୍ରଶଂସା କରୁଛନ୍ତି । ଅନେକଙ୍କ ମତରେ ସେ ରବି କିଶନଙ୍କ କଥା କହିବାର ଢଙ୍ଗକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ନକଲ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।   

Leave a Reply

Your email address will not be published. Required fields are marked *