ରାଉରକେଲାରେ ନିୟମିତ ବିମାନ ସେବା ଆରମ୍ଭ ନହେବାକୁ ନେଇ ଅସନ୍ତୋଷ ବଢ଼ୁଛି। ପୂର୍ବରୁ ଆଲାଏନ୍ସ ଏୟାରର ୭୨ ସିଟ୍ ବିଶିଷ୍ଟ ATR-72 ବିମାନ ଚଳାଚଳ କରୁଥିବା ବେଳେ ଏବେ ଛୋଟ ୯ ସିଟର୍ ବିମାନରେ ସେବା ସୀମିତ ରହିଛି। କୋଲକାତା-ରାଉରକେଲା-ଭୁବନେଶ୍ୱର ରୁଟ୍ରେ ନିୟମିତ ଉଡ଼ାଣ ସହ ବଡ଼ ବିମାନ ସେବା ପୁନଃ ଆରମ୍ଭ ପାଇଁ ଦାବି ଜୋର୍ ଧରିଛି ।
ଡବଲ୍ ଇଞ୍ଜିନ ସରକାର । ଉଡ଼ାଣରେ ଲାଗିଲା ବ୍ରେକ୍ ! ସିଙ୍ଗଲ ଇଂଜିନ ସରକାର ବେଳେ ରାଉରକେଲା ଆକାଶରେ ଉଡ଼ୁଥୁଲା ବଡ଼ ବିମାନ। ହେଲେ ଡବଲ ଇଂଜିନ ସରକାର ବେଳେ ଉଡିଲା ଛୋଟ ନାଇନ୍ ସିଟର୍ ବିମାନ। କୋଲକାତା ହାଇଦ୍ରାବାଦ ଭଳି ସହରକୁ ସିଧାସଳଖ ବିମାନ ଉଡ଼ିବା ନେଇ ନୂଆ ସରକାର ସ୍ବପ୍ନ ଦେଖାଇଥିଲେ। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିବାକୁ ବସିଲାଣି। ଗୋଟିଏ ପଟେ ବିକାଶର ନାରା, ଅନ୍ୟପଟେ ବିମାନ ସେବା ପାଇଁ ଅପେକ୍ଷା ।
ସେପଟେ କୋଲକାତା-ରାଉରକେଲା-ଭୁବନେଶ୍ୱର ରୁଟ୍ରେ ନିୟମିତ ଉଡ଼ାଣ ପାଇଁ ଦାବି ହୋଇଆସୁଛି। ପୂର୍ବରୁ ଚାଲୁଥିବା ଆଲାଏନ୍ସ ଏୟାରର ୭୨ ସିଟ୍ ବିଶିଷ୍ଟ ATR-72 ବିମାନ ସେବା ବନ୍ଦ ହେବା ପରେ ପୁଣି ତାହାକୁ ଆରମ୍ଭ କରିବାକୁ ଦାବି ଉଠିଛି। ପ୍ରଶ୍ନ ହେଉଛି, ଯେଉଁ ସହରରେ ବିମାନ ସେବା ଚାଲୁଥିଲା, ସେଠାରେ ଏହାକୁ ପୁଣି ନିୟମିତ କରିବା ପାଇଁ ଏତେ ଅପେକ୍ଷା କାହିଁକି? କେବେ ସରିବ ପ୍ରକ୍ରିୟା? କେବେ ହେବ ନିଷ୍ପତ୍ତି? କେବେ ଉଡ଼ିବ ବିମାନ ? ରାଉରକେଲା ହେଉଛି ଶିଳ୍ପର ସହର ।
ଏଠାରେ ରହିଛି ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ। ଚିକିତ୍ସା ସେବାର ଆବଶ୍ୟକତା ନେଇ ବିମାନ ଉପରେ ଭରସା କରନ୍ତି ଅନେକ ଯାତ୍ରୀ। କିନ୍ତୁ ନିୟମିତ ବିମାନ ସେବା ନଥିଲେ ଯାତ୍ରୀଙ୍କୁ ଅନ୍ୟ ବିମାନବନ୍ଦର ଉପରେ ନିର୍ଭର କରିବାକୁ ପଡ଼େ। ଯାହା ଫଳରେ ଯାତ୍ରା ସମୟ ବଢ଼ିବା ସହ ଯାତାୟାତ ଖର୍ଚ୍ଚ ବି ବଢ଼ିଯାଏ। ଏହାର ପ୍ରଭାବ ପଡ଼େ ସାଧାରଣ ଯାତ୍ରୀଙ୍କ ଉପରେ। ତେଵେ ସରକାର ଏନେଇ ତୁରନ୍ତ କୌଣସି ପଦକ୍ଷେପ ନ ନେଲେ ଆଗକୁ ବଡ଼ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସହରବାସୀ ।

