୨୦୨୭ ଜନଗଣନା ପାଇଁ ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ଯାଏଁ ଓଡ଼ିଶା ସମେତ ଅଧିକାଂଶ ରାଜ୍ୟରେ ଘରକୁ ଘର ବୁଲି ଜନସଂଖ୍ୟା ଗଣନା ହେବ। ଜାନୁଆରୀ ୧୦ରୁ ୨୪ ଯାଏଁ ସ୍ୱ-ଗଣନାର ସୁଯୋଗ ମିଳିବ। ମାର୍ଚ୍ଚ ୧ରୁ ୫ ଯାଏଁ ତଥ୍ୟ ଯାଞ୍ଚ ଓ ସଂଶୋଧନ ହେବ। ଏଥର ଜନଗଣନାରେ ଜାତିଗତ ଗଣନା ମଧ୍ୟ ସାମିଲ ହେବ।
ଜାନୁଆରୀ ୨୫ରୁ ଦେଶରେ ଆରମ୍ଭ ହେବ ଜନଗଣନା । ୨୦୨୭ ଜନଗଣନା ପାଇଁ ଘୋଷଣା ହୋଇଛି ତାରିଖ। ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ଯାଏଁ ଘରକୁ ଘର ବୁଲି ଚାଲିବ ଜନସଂଖ୍ୟା ଗଣନା । ଓଡ଼ିଶା ସମେତ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ହେବ । ତେବେ ନିର୍ବାଚନ ହେବାକୁ ଥିବା କିଛି ରାଜ୍ୟ ଓ ତୁଷାରପାତ ପ୍ରଭାବିତ ଅଞ୍ଚଳ ପାଇଁ ଅଲଗା ବ୍ୟବସ୍ଥା ରହିଛି ।
୨୦୨୭ ମାର୍ଚ୍ଚ ୧ ତାରିଖ ରାତି ୧୨ଟାକୁ ଜନଗଣନାର ଆଧାର ତାରିଖ ବା ରେଫରେନ୍ସ ଡେଟ୍ ଭାବେ ଧାର୍ଯ୍ୟ କରାଯାଇଛି । ତେବେ ଜନଗଣନା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଜାନୁଆରୀ ୧୦ରୁ ୨୪ ତାରିଖ ଯାଏଁ ଲୋକଙ୍କୁ ସ୍ୱ-ଗଣନାର ସୁଯୋଗ ମିଳିବ । ଅର୍ଥାତ୍ ଲୋକେ ନିଜେ ନିଜର ତଥ୍ୟ ଦାଖଲ କରିପାରିବେ । ଏହାପରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରାଯିବ। ମାର୍ଚ୍ଚ ୧ରୁ ୫ ତାରିଖ ଯାଏଁ ତଥ୍ୟର ସଂଶୋଧନ ଓ ଯାଞ୍ଚ ପାଇଁ ରିଭିଜନାଲ୍ ରାଉଣ୍ଡ ଚାଲିବ ।
ତେବେ ଏହି ପର୍ଯ୍ୟାୟରେ ସବୁ ରାଜ୍ୟରେ ଏକାସାଙ୍ଗରେ ଜନଗଣନା ହେବ ନାହିଁ। ମଣିପୁରରେ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଜନଗଣନା ସ୍ଥଗିତ ରହିବ । ସେହିପରି ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଏହି ସମୟସୂଚୀ ଅନୁସାରେ ଗଣନା ହେବ ନାହିଁ । ଲଦାଖ ସମେତ ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରର ତୁଷାରପାତ ପ୍ରଭାବିତ ଅଣ-ସମକାଳୀନ ଅଞ୍ଚଳରେ ମଧ୍ୟ ଅଲଗା ସମୟସୂଚୀ ରହିଛି ।
ଦୀର୍ଘ ବର୍ଷର ବ୍ୟବଧାନ ପରେ ହେବାକୁ ଯାଉଛି ଦେଶର ଜନଗଣନା। ଶେଷ ଥର ପାଇଁ ୨୦୧୧ରେ ଦେଶର ଜନଗଣନା ହୋଇଥିଲା । ୨୦୨୧ରେ ଏହା ହେବାକୁ ଥିଲେ ମଧ୍ୟ କୋଭିଡ୍ ମହାମାରୀ ଯୋଗୁଁ ହୋଇପାରିନଥିଲା । ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ଜାତିଗତ ଗଣନା ମଧ୍ୟ ହେବ। ତେଣୁ ଏହି ଜନଗଣନାରୁ ମିଳିବାକୁ ଥିବା ତଥ୍ୟ ଦେଶର ଜନସଂଖ୍ୟା, ସାମାଜିକ ଓ ଆର୍ଥିକ ଯୋଜନା ପ୍ରସ୍ତୁତି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।
ଜାନୁଆରି ୨୫ରୁ ଜନଗଣନା
– ଜାନୁଆରି ୨୫ରୁ ଫେବ୍ରୁଆରୀ ୨୮ ଯାଏଁ ଦେଶରେ ହେବ ଜନଗଣନା
– ଜାନୁଆରି ୨୫ରୁ ଘରକୁ ଘର ବୁଲି ଜନସଂଖ୍ୟା ଗଣନା ପ୍ରକ୍ରିୟା ଆରମ୍ଭ ହେବ
– ୨୦୨୭ ମାର୍ଚ୍ଚ ୧ ରାତି ୧୨ଟାକୁ ଜନଗଣନାର ଆଧାର ତାରିଖ ଭାବେ ଧାର୍ଯ୍ୟ
– ନିର୍ବାଚନ ହେବାକୁ ଥିବା ଓ ତୁଷାରପାତ ପ୍ରଭାବିତ ରାଜ୍ୟ ଗୁଡ଼ିକରେ ଜନଗଣନା ହେବ ନାହିଁ
– ମଣିପୁର, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡରେ ହେବନି ଜନଗଣନା
– ତୁଷାରପାତ ପ୍ରଭାବିତ ଲଦାଖ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରରେ ହେବ ନାହିଁ
– ଜାନୁଆରୀ ୧୦ରୁ ୨୪ ଯାଏଁ ଲୋକଙ୍କୁ ନିଜେ ନିଜ ତଥ୍ୟ ଦେଇ ସ୍ୱ-ଗଣନାର ସୁଯୋଗ ମିଳିବ
– ତଥ୍ୟର ସଂଶୋଧନ ଓ ଯାଞ୍ଚ ମାର୍ଚ୍ଚ ୧ରୁ ୫ ଯାଏଁ ଚାଲିବ
– ଶେଷଥର ପାଇଁ ୨୦୧୧ରେ ହୋଇଥିଲା ଦେଶର ଜନଗଣନା
– ୨୦୨୧ର ପ୍ରସ୍ତାବିତ ଜନଗଣନା କୋଭିଡ୍ ପାଇଁ ହୋଇପାରିନଥିଲା

