ଜଳେଶ୍ୱରରେ ନାବାଳିକାଙ୍କ ସହ ଘଟିଥିବା ଜଘନ୍ୟ ଘଟଣାକୁ ନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମୃତ ନାବାଳିକାଙ୍କ ପରିବାର ଓ ସାକ୍ଷୀଙ୍କୁ ସୁରକ୍ଷା, ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଏବଂ ଫରେନ୍ସିକ୍ ରିପୋର୍ଟ ଆଧାରରେ ତଦନ୍ତ ଶେଷ କରିବାକୁ ବାଲେଶ୍ୱର ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ଅଭିଯୋଗ ନ ରଖିଲେ ଆକ୍ସନ। ଚେତାବନୀ ଦେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଜଳେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ, ପ୍ରମାଣ ନଷ୍ଟ କରି ପୋଡ଼ି ମାରିବା ଘଟଣାରେ ଆକ୍ସନ ମୋଡ଼ରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ମୃତ ପରିବାରକୁ ସୁରକ୍ଷା, ୬୦ ଦିନ ଭିତରେ ଚାର୍ଜସିଟ, ଫରେନ୍ସିକ ତଦନ୍ତ ରିପୋର୍ଟ ସହ ଜଳେଶ୍ଵରର ଅଭିଯୁକ୍ତ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ବର ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ଅତି ସମ୍ବେଦନଶୀଳ ଘଟଣାକୁ ହାଲୁକା ଭାବରେ ନେଇଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଲୋମ ଟାଙ୍କୁରା ଓ ବର୍ବରଚିତ ଘଟଣାରେ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବା ସହ ତଦନ୍ତ ପ୍ରକ୍ରିୟାରେ ତଥ୍ୟ, ପ୍ରମାଣ ଯେପରି ହାଲୁକା ନହୁଏ ସେନେଇ ପୁଲିସ ସହ ଆଲୋଚନା ହୋଇଛି । ଏପରିକି ଶିଶୁ ନିଖୋଜ ନେଇ ପରିବାର ଥାନାକୁ ଆସୁଥିବାବେଳେ ପୁଲିସ କର୍ମଚାରୀ ତାଙ୍କ ରିପୋର୍ଟ ରଖୁନଥିଲେ ଏବଂ ପରିବାର ଲୋକଙ୍କୁ ବାରମ୍ବାର ଥାନାକୁ ଦୌଡିବାକୁ ପଡୁଥିଲେ ଶିଶୁ ଆୟୋଗଙ୍କୁ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରି ପାରିବେ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଆୟୋଗ କମିସନ ।
ଏପରିକି ତଦନ୍ତ ନକରି ଘଟଣାକୁ ପୁଲିସ ହାଲୁକା ଭାବରେ ଗ୍ରହଣ କଲେ ମଧ୍ୟ ଅଭିଯୋଗ କରିପାରିବେ ଏ ବାବଦରେ ପୁଲିସର କୌଣସି ତ୍ରୁଟି ପରିଲିକ୍ଷିତ ହେଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇ ଥିବା କହିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

