ସୁନ୍ଦରଗଡ଼ରୁ ଠକେଇ, ବାଲେଶ୍ୱରରୁ ଗିରଫ । ସାଇବର ଠକେଇ ଉପରେ ସୁନ୍ଦରଗଡ଼ ସାଇବର ଥାନାର ପୁଣି ବଡ଼ କାର୍ଯ୍ୟାନୁଷ୍ଠାନ । ନିବେଶ ନାଁରେ ଲୋଭ ଦେଖାଇ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଦମ୍ପତିଙ୍କୁ ଗିରଫ କରିଛି ସାଇବର ଥାନା ପୁଲିସ ।
ସାଇବର ଠକେଇରେ ପୁଣି ବଡ଼ କାର୍ଯ୍ୟାନୁଷ୍ଠାନ। ନିବେଶ ନାଁରେ କୋଟିଏ ଟଙ୍କା ଠକି ନେଇଥିବା ଦମ୍ପତି ଗିରଫ । ସୁନ୍ଦରଗଡ଼ରୁ ଠକେଇ, ବାଲେଶ୍ୱରରୁ ଗିରଫ । ସାଇବର ଠକେଇ ଉପରେ ସୁନ୍ଦରଗଡ଼ ସାଇବର ଥାନାର ପୁଣି ବଡ଼ କାର୍ଯ୍ୟାନୁଷ୍ଠାନ । ନିବେଶ ନାଁରେ ଲୋଭ ଦେଖାଇ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଦମ୍ପତିଙ୍କୁ ଗିରଫ କରିଛି ସାଇବର ଥାନା ପୁଲିସ ।
ଗିରଫ ଦମ୍ପତି ହେଲେ ବାଲେଶ୍ୱର ଜିଲ୍ଲାର ଅବିନାଶ ଗ୍ରହାଚାର୍ଯ୍ୟ ଓ ତାଙ୍କ ସ୍ତ୍ରୀ ଇନ୍ଦୁଲେଖା ଓଝା । ମାଁଇ ଡିଜିଟାଲ ଲକର୍ ନାଁରେ ଏକ ଜାଲ୍ ସଂସ୍ଥା ଖୋଲି ଟଙ୍କା ନିବେଶ କଲେ ନିର୍ଦ୍ଦିଷ୍ଟ ସମୟରେ ଦୁଇଗୁଣ ହେବ ବୋଲି ଲୋଭ ଦେଖାଉଥିଲେ ଦମ୍ପତି । ଏହି ଜାଲରେ ପଡ଼ିଥିଲେ ସୁନ୍ଦରଗଡ଼ ରଙ୍ଗାଢିପା ଅଞ୍ଚଳର ପ୍ରଶାନ୍ତ ନାଏକ । ଏଥିରେ ସେ ୧ କୋଟି ୨୬ ଲକ୍ଷ ୩୪ ହଜାର ଟଙ୍କା ନିବେଶ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ଜାଲ୍ ବୋଲି ଜାଣିବା ପରେ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ ।

