ଧାନ କ୍ଷେତରେ ଚକଡ଼ା ପୋକ ଆତଙ୍କ, ଚିନ୍ତାରେ ଚାଷୀ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନାଉଳିପଡ଼ା ପଞ୍ଚାୟତର ତିନିଟି ଗାଁରେ ଚକଡ଼ା ପୋକ ଯୋଗୁଁ ଧାନ ଫସଲ ବିପଦରେ। ପ୍ରାୟ ୩୦୦ ଏକର ଜମିର ଫସଲ ନଷ୍ଟ ହେବା ଆଶଙ୍କା ଥିବା ବେଳେ କୀଟନାଶକ କାମ ନକରିବା ଓ ଔଷଧର ଅଧିକ ଦାମକୁ ନେଇ ଚାଷୀ ଚିନ୍ତାରେ।

 ଧାନ କ୍ଷେତରେ ‘ଚକଡ଼ା’ ଆତଙ୍କ । ଚାଷୀ ମୁଣ୍ଡରେ ଚଡ଼କ । ବିଲରେ ଲହଡ଼ି ମାରୁଛି ସବୁଜ ଧାନ ଗଛ। କେଉଁଠି ଧାନ ଫୁଟି ବାହାରିଗଲାଣି ତ’ ବଡ କିସମ ଧାନ ବାହାରିବା ଅବସ୍ଥାରେ। ଭଲ ଅମଳ ହେଲେ ଦୁଇ ପଇସା ରୋଜଗାର ଆଶା ରଖିଥିଲା ଚାଷୀ। ମାତ୍ର ଅମଳକ୍ଷମ ଧାନ ଫସଲରେ ଏବେ ଚକଡ଼ା ପୋକର ପ୍ରାଦୁର୍ଭାବ । ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛ ଦେବଗଡ଼ ରିଆମାଳ ବ୍ଲକ ନାଉଲିପଡ଼ା ପଞ୍ଚାୟତ ନାଉଲିପଡ଼ା, ପାଣ୍ଡରିଶୀଳା ଓ ସୁନାରୀପଡ଼ା ଗାଁରେ । ପ୍ରାୟ ୩ଶହ ଏକର ଚାଷ ଜମିର ଫସଲ ନଷ୍ଟ ହେବା ଉପରେ । ଯାହା ଚାଷୀର ଚିନ୍ତା ବଢ଼ିାଇଛି ।

ଚାଷୀଙ୍କ କହିବା ଅନୁଯାୟୀ, ସେମାନେ ବ୍ଲକ କୃଷି ଅଧିକାରୀଙ୍କ ପରାମର୍ଶରେ ଔଷଧ ସିଞ୍ଚନ କରିଥିଲେ। ୨ରୁ ୩ ଥର କୀଟନାଶକ ପ୍ରୟୋଗ ପରେ ମଧ୍ୟ ଏହା ଚକଡ଼ାକୁ ଦମନ କରିବାରେ ସକ୍ଷମ ହୋଇପାରିନି। ନକଲି କୀଟନାଶକ ଯୋଗୁଁ ଚକଡ଼ା ପୋକ ଦମନ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ। ଅନ୍ୟପଟେ ବ୍ଲକ କୃଷି ଅଧିକାରୀ କହୁଛନ୍ତି, ଚାଷୀ ପରାମର୍ଶ ସଠିକ ଭାବେ ପାଳନ କରୁନଥିବାରୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଆଉ ଚାଷୀ କହୁଛନ୍ତି, ବୈଜ୍ଞାନିକ ଯେଉଁ ଔଷଧ ଲେଖିଦେଇଛନ୍ତି ତାର ଦାମ୍‌ ଅଧିକ, ଜିଲ୍ଲାରେ ତାହା ମିଳୁନି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ବିଚାର କରି ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *