ଗଲ୍‌ରେ ଗର୍ଜିଲା ଟିମ୍‌ ଇଣ୍ଡିଆ, ୧୬୫ ରନ୍‌ରେ ଶ୍ରୀଲଙ୍କାକୁ ମାତ୍‌

ଗଲ୍‌ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଦମଦାର ବିଜୟ । ମାନବ ସୂତାରଙ୍କ ଘାତକ ସ୍ପିନ୍‌ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍‌ଅପ୍‌ ଧରାଶାୟୀ ହୋଇଛି ।  ଗଲ୍‌ ଟେଷ୍ଟକୁ ଭାରତ ୧୬୫ ରନ୍‌ରେ ଜିତିବା ସହ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ରେ ୧-୦  ରେ ଆଗୁଆ ହୋଇଛି ।

ଗଲ୍‌ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଦମଦାର ବିଜୟ । ମାନବ ସୂତାରଙ୍କ ଘାତକ ସ୍ପିନ୍‌ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍‌ଅପ୍‌ ଧରାଶାୟୀ ହୋଇଛି । ଗଲ୍‌ ଟେଷ୍ଟକୁ ଭାରତ ୧୬୫ ରନ୍‌ରେ ଜିତିବା ସହ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ରେ ୧-୦  ରେ ଆଗୁଆ ହୋଇଛି । ୩୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍‌ ହରାଇ ୮୪ ରନ୍‌ କରିଥିଲା । ଶେଷ ଦିନରେ ଦଳକୁ ବିଜୟ ପାଇଁ ଆହୁରି ୨୮୮ ରନ୍‌ ଆବଶ୍ୟକ ଥିଲା । କିନ୍ତୁ ମାନବ ସୂତାରଙ୍କ ସ୍ପିନ୍‌ ଆଗରେ ଶ୍ରୀଲଙ୍କା ବ୍ୟାଟର୍‌ମାନେ ତିଷ୍ଠି ପାରିନଥିଲେ ।

ମାନବ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ୍‌ ନେଇ ଶ୍ରୀଲଙ୍କାର ବ୍ୟାଟିଂକୁ ଛାରଖାର କରିଦେଇଥିଲେ । ପ୍ରଥମ ଇନିଂସରେ ମଧ୍ୟ ସେ ୪ଟି ୱିକେଟ୍‌ ନେଇଥିଲେ। ଅର୍ଥାତ୍‌ ମ୍ୟାଚ୍‌ରେ ମାନବଙ୍କ ଖାତାରେ ମୋଟ ୧୦ଟି ୱିକେଟ୍‌ । ଶ୍ରୀଲଙ୍କା ପକ୍ଷରୁ ସୋନାଲ ଦିନୁଶା ୮୪ ଏବଂ ଧନଞ୍ଜୟ ଡି’ସିଲଭା ୫୯ ରନ୍‌ କରିଥିଲେ। ତେବେ ଦଳର ୪ ଜଣ ବ୍ୟାଟର୍‌ ଖାତା ଖୋଲିନପାରି ଆଉଟ୍‌ ହୋଇଥିଲେ ।

ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସରେ ୪୬୨ ରନ୍‌, ଶ୍ରୀଲଙ୍କା ୨୮୪ ରନ୍‌ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୧୯୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଶେଷରେ ୩୭୨ ରନ୍‌ର ଟାର୍ଗେଟ୍‌ ପିଛା କରି ଶ୍ରୀଲଙ୍କା ୨୦୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ମାନବ ସୂତାରଙ୍କ ଦମଦାର ପ୍ରଦର୍ଶନ ଭାରତର ବିଜୟର ମୁଖ୍ୟ ହିରୋ ପାଲଟିଛି ।

Leave a Reply

Your email address will not be published. Required fields are marked *