ମାଆ ଶାରଳା ମନ୍ଦିରର ଭୋଗ ଓ ଦୀପ ବାବଦ ବକେୟା ଟଙ୍କା ପୈଠ ନେଇ ମାମଲା । ୨୦୧୯-୨୦ରୁ ୨୦୨୪-୨୫ ପର୍ଯ୍ୟନ୍ତ ବକେୟା ଥିବା ୧ କୋଟି ୧୦ ଲକ୍ଷ ଟଙ୍କା ମନ୍ଦିର କମିଟିରେ ଦାଖଲ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ମାଆ ଶାରଳା ମନ୍ଦିରର ଭୋଗ ଓ ଦୀପ ବାବଦ ବକେୟା ଟଙ୍କା ପୈଠ ନେଇ ମାମଲା । ୨୦୧୯-୨୦ରୁ ୨୦୨୪-୨୫ ପର୍ଯ୍ୟନ୍ତ ବକେୟା ଥିବା ୧ କୋଟି ୧୦ ଲକ୍ଷ ଟଙ୍କା ମନ୍ଦିର କମିଟିରେ ଦାଖଲ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଜଷ୍ଟିସ୍ ଏମ୍.ଏମ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ କରିଛନ୍ତି । ଆବେଦନକାରୀ ଅମ୍ବିକା ମହାନ୍ତି ଓ ଅନ୍ୟମାନଙ୍କ ପକ୍ଷରୁ ଏହି ମାମଲା ଦାଖଲ ହୋଇଛି । ମାମଲାରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଓ ଦେବୋତ୍ତର କମିଶନର, ଓଡ଼ିଶାଙ୍କ ସମେତ ବିଭିନ୍ନ ପକ୍ଷଙ୍କୁ ସାମିଲ କରାଯାଇଛି । ଆସନ୍ତା ଅକ୍ଟୋବର ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶୁଭ୍ରାଂଶୁ ଭୂଷଣ ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।

