ନିଖୋଜ ହୋଇଗଲେ କି ଉତ୍ତରକୋରିଆ ରାଷ୍ଟ୍ରପତି, ୨ ମାସରୁ ଅଧିକ ହେବ ନଜରରେ ନାହାନ୍ତି ତାନାସାହୀ ଶାସକ

ସୂଚନାରୁ ଜଣା ପଡୁଛିକି କିମ୍ ଜଙ୍ଗ ଉନ୍ ଙ୍କ ଫଟୋ ଶେଷଥର ପାଇଁ ୯ ଜୁନର ଥିଲା । ଏଥିରେ ସେ ଚୀନରୁ ଆସିଥିବା ତାଙ୍କ ସମକକ୍ଷମାନଙ୍କ ସହ ଉତ୍ତର-କୋରିଆରେ ମିଶିଥିବା ନଜରକୁ ଆସିଥିଲା । ଏହା ପରଠାରୁ ତାଙ୍କ ସାର୍ବଜନୀକ ଗତିବିଧି ପୂରା ଶାନ୍ତ ଅଛି ।

ଉତ୍ତର – କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ,ଯିଏ ନିଜ ଉପସ୍ଥିତି ପ୍ରାୟ ସମସ୍ତ କ୍ଷେତ୍ରରେ ଦର୍ଶାଇବାକୁ ଆଗଭର ଥାନ୍ତି । କେବେ ମିସାଇଲ ଟେଷ୍ଟ ତ କେବେ ସୈନ୍ୟବାହୀନିର କାର୍ୟ୍ୟକ୍ରମ ତ ଆଉକେବେ ନୂଆ ବିଲଡିଙ୍ଗ କିମ୍ୱା ଫ୍ୟାକ୍ଟ୍ରିର ଉଦଘାଟନରେ ସେ ନଜର ଆସନ୍ତି । କିନ୍ତୁ ଏବେ ପ୍ରାୟ ୨ ମାସ ହେବ ସେ କୌଣସି ସ୍ଥାନରେ ନଜରକୁ ଆସିନାହାନ୍ତି ।

ବହୁ ସମୟ ଧରି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ  କିମ୍ ଜଙ୍ଗ ଉନ୍ ନଜରକୁ ଆସିନାହାନ୍ତି । ତାଙ୍କୁ ପ୍ରାୟ ୨ ମାସ ଧରି କୌଣସି ସରକାରୀ ତଥା ବେସରକାରୀ କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା, ଦେଖିବାକୁ ମିଳିନାହିଁ । ପୂର୍ବରୁ କିଛି ବି ଛୋଟ ବଡ କାର୍ୟ୍ୟକ୍ରମରେ କିମ୍ ନଜରକୁ ଆସୁଥିଲେ । ଏମିତିରେ ଦୀର୍ଘସମୟ ଧରି କୌଣସି ଗଣମାଧ୍ୟ୍ୟମ ତଥା ସରକାରି କାର୍ୟ୍ୟକ୍ରମରେ ନଜର ନଆସୁଥିବାରୁ ତାଙ୍କୁ ନେଇ ଅନେକ ଗୁଜବ ଶୃଷ୍ଟି ହୋଇଛି ।

ନା କୌଣସି ନୂତନ ଉଦଘାଟନ ,ନା କୌଣସି ବଡ ସାର୍ବଜନୀକ କାର୍ୟ୍ୟକ୍ରମ ନା କୌଣସି ଏବେର ଫଟୋ ସାମନା କୁ ଆସିଛି । ଏପରିକି କୋରିଆନ୍ ଯୁଦ୍ଧ ଶେଷ ହେବାର ୭୩ ତମ ବାର୍ଷିକୀ ଅବସରରେ ମଧ୍ୟ କିମ୍ ଜୋଙ୍ଗ ଉନ୍ ଦୃଶ୍ୟମାନ ହୋଇନଥିଲେ । ଏହି କାରଣରୁ ଏବେ ପ୍ରଶ୍ନ ଉଠିବାକୁ ଲାଗିଛି କି ଉତ୍ତର କୋରିଆର ସବୁଠାରୁ ଟାଣୁଆ ନେତା କେଉଁଠି ଅଛନ୍ତି ?

ସୂଚନାରୁ ଜଣା ପଡୁଛିକି କିମ୍ ଜଙ୍ଗ ଉନ୍ ଙ୍କ ଫଟୋ ଶେଷଥର ପାଇଁ ୯ ଜୁନର ଥିଲା । ଏଥିରେ ସେ ଚୀନରୁ ଆସିଥିବା ତାଙ୍କ ସମକକ୍ଷମାନଙ୍କ ସହ ଉତ୍ତର-କୋରିଆରେ ମିଶିଥିବା ନଜରକୁ ଆସିଥିଲା । ଏହା ପରଠାରୁ ତାଙ୍କ ସାର୍ବଜନୀକ ଗତିବିଧି ପୂରା ଶାନ୍ତ ଅଛି ।

ଏହି ସପ୍ତାହରେ ଉତ୍ତର କୋରିଆରେ ଅନେକ ମହତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ହୋଇଥିଲେ ମଧ୍ୟ ସେସବୁରେ କିମ ନଜରକୁ ଆସିନଥିଲେ । ଏହା ଛଡା ତାଙ୍କର କୌଣସି ନୂଆ ଟିଭି ଫୁଟେଜ୍ କିମ୍ବା ପ୍ୟୋଙ୍ଗୟାଙ୍ଗରେ ହେଉଥିବା ଆଭ୍ୟନ୍ତରୀଣ ବୈଠକଗୁଡ଼ିକର ଫଟୋ ବି ସାମ୍ନାକୁ ଆସିନାହିଁ । ଗୁଜବ ଉଠୁଛି କି ଅତ୍ୟଧିକ ଗରମ କାରଣରୁ ତାଙ୍କର ସ୍ୱସ୍ଥ୍ୟାବସ୍ଥା ଭଲ ନାହିଁ ।

ଏପରି ଅନେକ ଗୁଜବ ସୃଷ୍ଟି ହେଉଥିଲେ ମଧ୍ୟ ଯେ ପର୍ୟ୍ୟନ୍ତ କୋରିଆ ସରକାର କିମ୍ୱା ସରକାରୀ ଗଣମାଧ୍ୟମ ତରଫରୁ ତାଙ୍କ ସ୍ଥିତି କୁ ନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ସେ ଯାଏଁ ସାମନାକୁ ଆସୁଥିବା ସମସ୍ତ କଥାକୁ ଗୁଜବବୋଲି ଧରା ଯିବ । 

Leave a Reply

Your email address will not be published. Required fields are marked *