ଏହାର ଲାଇସେନ୍ସ ବାତିଲ ହୋଇଥିବାରୁ ଏବେ ଏକ ଫାର୍ମରେ ପରିଚାଳିତ ହେଉଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ମଣିନଗରର ସିଭିଲ୍ ହସ୍ପିଟାଲ ଓ ଏଲଜି ହସ୍ପିଟାଲକୁ ପଠାଯାଇଛି। ବିସ୍ଫୋରଣ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଅପରାହ୍ଣ ୩ଟା ୩୦ ସମୟରେ ଫୋନ୍ କଲ ଆସିଥିଲା। ଅଗ୍ନିଶମ ବିଭାଗ ଓ ଆର୍ଏଏଫ୍ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ୟ୍ୟ ଆରମ୍ଭ କରିଥିଲେ।
ଗୁଜରାଟର ଅହମ୍ମଦାବାଦର ରାମଟୋଲ ଅଞ୍ଚଳରେ ଶନିବାର ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଟ୍ୟାଲେଣ୍ଟ ଫାୟାରୱାର୍କସ୍ ନାମକ ଏହି କାରଖାନାଟି ସହରର ଭାଷ୍ଟ୍ରାଲ ଅଞ୍ଚଳରେ ଅବସ୍ଥିତ। ଏହାର ଲାଇସେନ୍ସ ବାତିଲ ହୋଇଥିବାରୁ ଏବେ ଏକ ଫାର୍ମରେ ପରିଚାଳିତ ହେଉଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ମଣିନଗରର ସିଭିଲ୍ ହସ୍ପିଟାଲ ଓ ଏଲଜି ହସ୍ପିଟାଲକୁ ପଠାଯାଇଛି। ବିସ୍ଫୋରଣ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଅପରାହ୍ଣ ୩ଟା ୩୦ ସମୟରେ ଫୋନ୍ କଲ ଆସିଥିଲା। ଅଗ୍ନିଶମ ବିଭାଗ ଓ ଆର୍ଏଏଫ୍ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ୟ୍ୟ ଆରମ୍ଭ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଲୋକଙ୍କ ପାଇଁ ଶୋକବ୍ୟକ୍ତ କରିବା ସହିତ ଓ ପୀଡ଼ିତ ପରିବାର ପାଇଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହିତ ଆହତଙ୍କ ପାଇଁ ୫୦,୦୦୦ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

