ଜାନୁଆରୀ ୨୫ରୁ ଦେଶରେ ଜନଗଣନା: ଫେବ୍ରୁଆରୀ ୨୮ ଯାଏଁ ଚାଲିବ ପ୍ରକ୍ରିୟା

୨୦୨୭ ଜନଗଣନା ପାଇଁ ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ଯାଏଁ ଓଡ଼ିଶା ସମେତ ଅଧିକାଂଶ ରାଜ୍ୟରେ ଘରକୁ ଘର ବୁଲି ଜନସଂଖ୍ୟା ଗଣନା ହେବ। ଜାନୁଆରୀ ୧୦ରୁ ୨୪ ଯାଏଁ ସ୍ୱ-ଗଣନାର ସୁଯୋଗ ମିଳିବ। ମାର୍ଚ୍ଚ ୧ରୁ ୫ ଯାଏଁ ତଥ୍ୟ ଯାଞ୍ଚ ଓ ସଂଶୋଧନ ହେବ। ଏଥର ଜନଗଣନାରେ ଜାତିଗତ ଗଣନା ମଧ୍ୟ ସାମିଲ ହେବ।

ଜାନୁଆରୀ ୨୫ରୁ ଦେଶରେ ଆରମ୍ଭ ହେବ ଜନଗଣନା । ୨୦୨୭ ଜନଗଣନା ପାଇଁ ଘୋଷଣା ହୋଇଛି ତାରିଖ। ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ଯାଏଁ ଘରକୁ ଘର ବୁଲି ଚାଲିବ ଜନସଂଖ୍ୟା ଗଣନା । ଓଡ଼ିଶା ସମେତ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ହେବ । ତେବେ ନିର୍ବାଚନ ହେବାକୁ ଥିବା କିଛି ରାଜ୍ୟ ଓ ତୁଷାରପାତ ପ୍ରଭାବିତ ଅଞ୍ଚଳ ପାଇଁ ଅଲଗା ବ୍ୟବସ୍ଥା ରହିଛି ।

୨୦୨୭ ମାର୍ଚ୍ଚ ୧ ତାରିଖ ରାତି ୧୨ଟାକୁ ଜନଗଣନାର ଆଧାର ତାରିଖ ବା ରେଫରେନ୍ସ ଡେଟ୍‌ ଭାବେ ଧାର୍ଯ୍ୟ କରାଯାଇଛି । ତେବେ ଜନଗଣନା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଜାନୁଆରୀ ୧୦ରୁ ୨୪ ତାରିଖ ଯାଏଁ ଲୋକଙ୍କୁ ସ୍ୱ-ଗଣନାର ସୁଯୋଗ ମିଳିବ । ଅର୍ଥାତ୍‌ ଲୋକେ ନିଜେ ନିଜର ତଥ୍ୟ ଦାଖଲ କରିପାରିବେ । ଏହାପରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରାଯିବ। ମାର୍ଚ୍ଚ ୧ରୁ ୫ ତାରିଖ ଯାଏଁ ତଥ୍ୟର ସଂଶୋଧନ ଓ ଯାଞ୍ଚ ପାଇଁ ରିଭିଜନାଲ୍‌ ରାଉଣ୍ଡ ଚାଲିବ ।

ତେବେ ଏହି ପର୍ଯ୍ୟାୟରେ ସବୁ ରାଜ୍ୟରେ ଏକାସାଙ୍ଗରେ ଜନଗଣନା ହେବ ନାହିଁ। ମଣିପୁରରେ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଜନଗଣନା ସ୍ଥଗିତ ରହିବ । ସେହିପରି ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଏହି ସମୟସୂଚୀ ଅନୁସାରେ ଗଣନା ହେବ ନାହିଁ । ଲଦାଖ ସମେତ ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରର ତୁଷାରପାତ ପ୍ରଭାବିତ ଅଣ-ସମକାଳୀନ ଅଞ୍ଚଳରେ ମଧ୍ୟ ଅଲଗା ସମୟସୂଚୀ ରହିଛି ।

ଦୀର୍ଘ ବର୍ଷର ବ୍ୟବଧାନ ପରେ ହେବାକୁ ଯାଉଛି ଦେଶର ଜନଗଣନା। ଶେଷ ଥର ପାଇଁ ୨୦୧୧ରେ ଦେଶର ଜନଗଣନା ହୋଇଥିଲା । ୨୦୨୧ରେ ଏହା ହେବାକୁ ଥିଲେ ମଧ୍ୟ କୋଭିଡ୍‌ ମହାମାରୀ ଯୋଗୁଁ ହୋଇପାରିନଥିଲା । ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ଜାତିଗତ ଗଣନା ମଧ୍ୟ ହେବ। ତେଣୁ ଏହି ଜନଗଣନାରୁ ମିଳିବାକୁ ଥିବା ତଥ୍ୟ ଦେଶର ଜନସଂଖ୍ୟା, ସାମାଜିକ ଓ ଆର୍ଥିକ ଯୋଜନା ପ୍ରସ୍ତୁତି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।


ଜାନୁଆରି ୨୫ରୁ ଜନଗଣନା

– ଜାନୁଆରି ୨୫ରୁ ଫେବ୍ରୁଆରୀ ୨୮ ଯାଏଁ ଦେଶରେ ହେବ ଜନଗଣନା
– ଜାନୁଆରି ୨୫ରୁ ଘରକୁ ଘର ବୁଲି ଜନସଂଖ୍ୟା ଗଣନା ପ୍ରକ୍ରିୟା ଆରମ୍ଭ ହେବ
– ୨୦୨୭ ମାର୍ଚ୍ଚ ୧ ରାତି ୧୨ଟାକୁ ଜନଗଣନାର ଆଧାର ତାରିଖ ଭାବେ ଧାର୍ଯ୍ୟ
– ନିର୍ବାଚନ ହେବାକୁ ଥିବା ଓ ତୁଷାରପାତ ପ୍ରଭାବିତ ରାଜ୍ୟ ଗୁଡ଼ିକରେ ଜନଗଣନା ହେବ ନାହିଁ
– ମଣିପୁର, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡରେ ହେବନି ଜନଗଣନା
– ତୁଷାରପାତ ପ୍ରଭାବିତ ଲଦାଖ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରରେ ହେବ ନାହିଁ 
– ଜାନୁଆରୀ ୧୦ରୁ ୨୪ ଯାଏଁ ଲୋକଙ୍କୁ ନିଜେ ନିଜ ତଥ୍ୟ ଦେଇ ସ୍ୱ-ଗଣନାର ସୁଯୋଗ ମିଳିବ
– ତଥ୍ୟର ସଂଶୋଧନ ଓ ଯାଞ୍ଚ ମାର୍ଚ୍ଚ ୧ରୁ ୫ ଯାଏଁ ଚାଲିବ 
– ଶେଷଥର ପାଇଁ ୨୦୧୧ରେ ହୋଇଥିଲା ଦେଶର ଜନଗଣନା
– ୨୦୨୧ର ପ୍ରସ୍ତାବିତ ଜନଗଣନା କୋଭିଡ୍ ପାଇଁ ହୋଇପାରିନଥିଲା 

Leave a Reply

Your email address will not be published. Required fields are marked *