ଅଭିଷେକ ବାନାର୍ଜୀଙ୍କ ଘରେ ପୁଣି ଚଢ଼ାଉ ! କୋଲକାତା ପୁଲିସ ଓ ସେଣ୍ଟ୍ରାଲ୍‌ ଫୋର୍ସର ତଲାସି

ତୃଣମୂଳ କଂଗ୍ରେସ (ଟିଏମସି)ର ପ୍ରଭାବଶାଳୀ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଅଡୁଆ କମିବାର ନାଁ ନେଉନାହିଁ ।ଦସ୍ତଖତ ଜାଲିଆତି ମାମଲାକୁ ନେଇ ଏହି ତଦନ୍ତ ଚାଲିଥିବା ଜଣା ପଡ଼ିଛି ।

ତୃଣମୂଳ କଂଗ୍ରେସ (ଟିଏମସି)ର ପ୍ରଭାବଶାଳୀ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଅଡୁଆ କମିବାର ନାଁ ନେଉନାହିଁ । ଶନିବାର ସକାଳେ କୋଲକାତାର କାଳୀଘାଟ ସ୍ଥିତ ତାଙ୍କ ବାସଭବନରେ କୋଲକାତା ପୁଲିସ ସହ କେନ୍ଦ୍ରୀୟ ସୁରକ୍ଷା ବଳର ଜବାନମାନେ ପହଞ୍ଚି ତଲାସି ଅଭିଯାନ ଚଳାଇଥିଲେ।

ସୂଚନା ଅନୁସାରେ, ଶାଲବାନୀ ଥାନାର ଅଧିକାରୀମାନେ ସକାଳୁ ଅଭିଷେକଙ୍କ ଘରକୁ ଯାଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ କୋଲକାତା ପୁଲିସ ସହ କେନ୍ଦ୍ରୀୟ ବଳର ଜବାନମାନେ ମଧ୍ୟ ଉପସ୍ଥିତ ଥିଲେ ।  ଦସ୍ତଖତ ଜାଲିଆତି ମାମଲାକୁ ନେଇ ଏହି ତଦନ୍ତ ଚାଲିଥିବା ବେଳେ, ପୂର୍ବରୁ ମଧ୍ୟ ସିବିଆଇ ଓ ସିଆଇଡି ଟିମ୍ ଏକାଧିକ ଥର ଅଭିଷେକଙ୍କ ବାସଭବନକୁ ଯାଇଥିଲେ।

ଏହି ଘଟଣା ମଧ୍ୟରେ ତୃଣମୂଳ କଂଗ୍ରେସ ପାଇଁ ଆଉ ଏକ ବଡ଼ ଝଟକା ଆସିଛି। ଇଡି (ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ୍) ଅଧିକାରୀମାନେ ଟିଏମସି ବିଧାୟକ ମଦନ ମିତ୍ରଙ୍କ ଦକ୍ଷିଣେଶ୍ୱର ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରିଛନ୍ତି । ନିଯୁକ୍ତି ଦୁର୍ନୀତି ମାମଲା ସହ ଜଡିତ ତଦନ୍ତକୁ ନେଇ ଏହି ରେଡ୍ ହୋଇଥିବା ସୂଚନା ମିଳିଛି।ଅଭିଷେକ ବାନାର୍ଜୀଙ୍କ ଘରେ ତଲାସି ଓ ମଦନ ମିତ୍ରଙ୍କ ଘରେ ଇଡି ଚଢ଼ାଉ ପରେ ପଶ୍ଚିମବଙ୍ଗର ରାଜନୀତି ପୁଣି ଥରେ ସରଗରମ ହୋଇଯାଇଛି। ବିରୋଧୀ ଦଳ ଏହାକୁ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି କହୁଥିବା ବେଳେ ଟିଏମସି ପକ୍ଷରୁ ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ କରାଯାଉଛି।

Leave a Reply

Your email address will not be published. Required fields are marked *