ପୁଣେରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୨୫ ବର୍ଷୀୟ ପଡ଼ୋଶୀ ଗିରଫ

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଘଟିଛି ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା । ଜଣେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ମୃତ ନାବାଳିକାଙ୍କ ୨୫ ବର୍ଷୀୟ ପଡ଼ୋଶୀ ସାହିଲ ଖୈରେଙ୍କୁ ଗିରଫ କରିଛି ।

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଘଟିଛି ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା । ଜଣେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ମୃତ ନାବାଳିକାଙ୍କ ୨୫ ବର୍ଷୀୟ ପଡ଼ୋଶୀ ସାହିଲ ଖୈରେଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ନାବାଳିକା ଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ । ଅସୁସ୍ଥତା କାରଣରୁ ମଙ୍ଗଳବାର ସେ ସ୍କୁଲ ଯାଇନଥିଲେ ।

ଅଭିଯୋଗ ଅନୁସାରେ, ଅପରାହ୍ଣରେ ବାପା-ମା’ ଘରେ ନଥିବା ସମୟରେ ଅଭିଯୁକ୍ତ ଘରକୁ ପଶି ନାବାଳିକାଙ୍କ ସହ ଅପରାଧ ଘଟାଇଥିଲା । ପରେ ତାଙ୍କୁ ହତ୍ୟା କରି ମୃତଦେହକୁ ଏକ ନିଛାଟିଆ ସ୍ଥାନରେ ଛାଡ଼ି ଦେଇଥିବା ପୁଲିସର ପ୍ରାଥମିକ ତଦନ୍ତରେ ଅଭିଯୋଗ ହୋଇଛି  ।

ବାପା-ମା’ ଘରକୁ ଫେରି ଝିଅକୁ ନପାଇବା ପରେ ପରିବାର ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ  । ପରେ ପୁଲିସରେ ନିଖୋଜ ଅଭିଯୋଗ ହୋଇଥିଲା। ତଦନ୍ତ ବେଳେ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲା। ପଚରାଉଚରା ପରେ ଅଭିଯୁକ୍ତ ଅପରାଧ ସ୍ୱୀକାର କରିଥିବା ପୁଲିସ ଦାବି କରିଛି । ଏହାପରେ ଝରଣା ନିକଟ ଏକ ଗଛ ତଳୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅଭିଯୁକ୍ତକୁ କଠୋର ଦଣ୍ଡ ଓ ମାମଲାର ତ୍ୱରିତ ଶୁଣାଣି ଦାବିରେ ପୁଣେ-ନାସିକ ରାଜପଥ ଅବରୋଧ କରାଯାଇଥିଲା  । ମୃତଦେହ ବ୍ୟବଚ୍ଛେଦ ସହ ଫରେନସିକ୍‌ ତଥ୍ୟ ସଂଗ୍ରହ କରାଯାଇଛି । ଘଟଣାକୁ ନିନ୍ଦା କରି ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ମଧ୍ୟ ଦୋଷୀଙ୍କୁ ଶୀଘ୍ର ଦଣ୍ଡ ଦେବା ପାଇଁ ଫାଷ୍ଟ-ଟ୍ରାକ୍‌ କୋର୍ଟରେ ଶୁଣାଣି ପାଇଁ ପଦକ୍ଷେପ ନେବା କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *