ପୋଖରୀରୁ ଉଦ୍ଧାର ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, ରତିପାଲି କନିଆ ଡବରୀ ଗାଁର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଥିଲା ।
ପୋଖରୀରୁ ଉଦ୍ଧାର ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, ରତିପାଲି କନିଆ ଡବରୀ ଗାଁର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଥିଲା । ସ୍ଥାନୀୟ ଲୋକେ ପୋଖରୀରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଖରୀରୁ ଉଦ୍ଧାର କରିଛି । ତେବେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଯୁବକଙ୍କ ମୃତ୍ୟୁ କେମିତି ହେଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଯୁବକଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଚଳାଇଛି ପୁଲିସ୍ ।

