ରାଷ୍ଟ୍ରପତିଙ୍କ ପାଖରେ କୋଟିଆ ବିବାଦ । ହସ୍ତକ୍ଷେପ କଲା ରାଷ୍ଟ୍ରପତିଙ୍କ ସଚିବାଳୟ । ଗୃହମନ୍ତ୍ରାଳୟକୁ ମାଗିଲେ ରିପୋର୍ଟ । ଭିତ୍ତିଭୂମି ଓ ସମାଧାନ ଦିଗରେ କଣ ନିଆଯାଇଛି ପଦକ୍ଷେପ ଲୋଡିଲେ ତଥ୍ୟ ।ଆସନ୍ତା ୩ରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛି ପଡୋଶୀ ରାଜ୍ୟ ।
କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି। କୋଟିଆ ସୀମରେ ଚେକ ପୋଷ୍ଟ କରି ଯାଂଚ କରୁଛି ଓଡ଼ିଶା ପୁଲିସ। ଏହାରି ଭିତରେ ରାଷ୍ଟ୍ରପତିଙ୍କ ପାଖରେ ପହଂଚିଛି ବିବାଦ । ସେପଟେ କିଛି ଲୋକଙ୍କ ଦୁଇ ରାଜ୍ୟରେ ଭୋଟର ତାଲିକାରେ ନାଁ ଥିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି।
ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଲା କୋଟିଆ ବିବାଦ
ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କୋଟିଆକୁ ନେଇ ପଡ଼ୋସି ଆନ୍ଧ୍ର ସହ ବିବାଦ ବଢିବାରେ ଲାଗିଛି। ଆଉ ୫ ଦିନ ପରେ ଅର୍ଥାତ୍ ନଭେମ୍ବର ୩ ତାରିଖରେ କୋଟିଆରେ ତିନିଟି ଗାଁରେ ନିର୍ବାଚନ କରିବ ଆନ୍ଧ୍ର। ଯାହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଏହାରି ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ପହଞ୍ଚିଛି ବିବାଦ। ଏଥିରେ ହସ୍ତକ୍ଷେପ କରିଛି ରାଷ୍ଟ୍ରପତିଙ୍କ ସଚିବାଳୟ । ଜୟପୁରର ମାନବାଧିକାର କର୍ମୀ ଅନୁପ କୁମାର ପାତ୍ରଙ୍କ ଆବେଦନକୁ ଗ୍ରହଣ କରି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ମାଗିଛନ୍ତି ସେକ୍ରେଟାରି କୁଳଚନ୍ଦ୍ର କୁମାର। କୋଟିଆ ଅଞ୍ଚଳର ଭିତ୍ତିଭୂମି ସମସ୍ୟା ଓ ସୀମା ବିବାଦ ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

