ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ , ଜଣେ ମୃତ

ନୀଳଗିରି ସହର ସ୍ଥିତ୭ନମ୍ବର  ୱାର୍ଡ ବାଳିଗୋହିରୀ ସ୍ଥିତସତ୍ୟସାଇ ଫିଲିଙ୍ଗି ଷ୍ଟେସନରେ ଥିବା ପୁରୁଣା ତେଲ ଟାଙ୍କିକୁ ପେଟ୍ରୋଲ ପମ୍ପ ଭିତରେ କଲିକତା ଅଞ୍ଚଳ ୩ ଗ୍ୟାସ କର୍ମଚାରୀ ଗ୍ୟାସ କଟରରେ କାଟୁଥିବା ବେଳେ ଅଘଟଣ ଘଟିଛି ।

ନୀଳଗିରି ସହର ସ୍ଥିତ ୭ନମ୍ବର  ୱାର୍ଡ ବାଳିଗୋହିରୀ ସ୍ଥିତସତ୍ୟସାଇ ଫିଲିଙ୍ଗି ଷ୍ଟେସନରେ ଥିବା ପୁରୁଣା ତେଲ ଟାଙ୍କିକୁ ପେଟ୍ରୋଲ ପମ୍ପ ଭିତରେ କଲିକତା ଅଞ୍ଚଳ ୩ ଗ୍ୟାସ କର୍ମଚାରୀ ଗ୍ୟାସ କଟରରେ କାଟୁଥିବା ବେଳେ ଅଘଟଣ ଘଟିଛି  ।  ହଠାତ ଅଗ୍ନିକାଣ୍ଡରେ ଗ୍ୟାସ ଟାଙ୍କି ଫାଟିଯିବାରୁ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିବା ରେମୁଣା ବ୍ଲକ ଅଧିନସ୍ଥ ବିମୁ ରିଆ ଗ୍ରାମର ହୁଆ ଓରଫ ବୀରେନ୍ଦ୍ର ସିଂହ ଟାଙ୍କିର ଢ଼ାଙ୍କୁଣୀ ବାଡେଇ ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି ।

ପେଟ୍ରୋଲ ପମ୍ପରେ ଉତ୍ତେଜନା
ଖବର ପାଇ ଘଟଣା ସ୍ଥଳରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ପହଞ୍ଚି ଟାଙ୍କି ମାଲିକ ଦୀପ୍ତିକାନ୍ତ ମହାପାତ୍ର, ମ୍ୟାନେଜର କମଳାଲୋଚନ ନାୟକ, ଗ୍ୟାସ କଟର ଓ ଦୁଇ କର୍ମଚାରୀଙ୍କୁ ଉଠାଇ ନେଇଛନ୍ତି। ଏଣେ ପେଟ୍ରୋଲ ପମ୍ପରେ ଉତ୍ତେଜନା ଲାଗି ରହିଥିବା ବେଳେ ମୃତକଙ୍କୁ ନ୍ୟାୟ ଦାବିରେ ଲୋକେ ଭଙ୍ଗାରୁଜା କରିଛନ୍ତି ।
୫୦ ଲକ୍ଷ କ୍ଷତିପୂରଣ ଦାବି‌ରେ ମୃତକ ପରିବାର ଓ ସମ୍ପର୍କୀୟମାନେ ୧୯ନଂ ରାଜ୍ୟ ରାଜପଥ ଶେରଗଡ଼ -ନୀଳଗିରି ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *