ବେଆଇନ ମଦ ଭାଟି ଉପରେ ଚଢ଼ାଉ , ୪୫ଶହ ଲିଟର ମହୁଲ ପୋଚ ନଷ୍ଟ

ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରିକୁ ରୋକିବା ପାଇଁ ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉ । ଚଢ଼ାଉ କରି ବହୁ ପରିମାଣରେ ମହୁଲ ପୋଚ ଓ ଦେଶୀ ମଦ ଜବତ କରିବା ସହ ନଷ୍ଟ କରିଛନ୍ତି ।

ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରିକୁ ରୋକିବା ପାଇଁ ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉ । ଚଢ଼ାଉ କରି ବହୁ ପରିମାଣରେ ମହୁଲ ପୋଚ ଓ ଦେଶୀ ମଦ ଜବତ କରିବା ସହ ନଷ୍ଟ କରିଛନ୍ତି । କୋରାପୁଟ ଏସପି, ଜୟପୁର ଏସଡିପିଓ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କୁନ୍ଦୁରା ପୁଲିସ ଓ ବୈପାରିଗୁଡା ଅବକାରୀ ବିଭାଗର ମିଳିତ ଟିମ କୁନ୍ଦୁରା ବ୍ଲକର ବିଭିନ୍ନ ଜଙ୍ଗଲ ଅଞ୍ଚଳ ଓ ଝରଣା କୂଳରେ ଚଢ଼ାଉ କରିଥିଲେ । ସେଠାରେ ବେଆଇନ ଭାବେ ଦେଶୀ ମଦ ରନ୍ଧାଯାଉଥିବା ଏକାଧିକ ଭାଟିକୁ ଠାବ କରାଯାଇଥିଲା ।

ଚଢ଼ାଉ ସମୟରେ ପ୍ରାୟ ୪୫ଶହ ଲିଟର ମହୁଲ ପୋଚ ଓ ୬ଶହ ଲିଟର ପ୍ରସ୍ତୁତ ଦେଶୀ ମଦ ଜବତ କରାଯାଇଥିଲା । ପରେ ସମସ୍ତ ମହୁଲ ପୋଚ ଓ ମଦ ସହ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଧ୍ୱଂସ କରାଯାଇଛି । ସ୍ଥାନୀୟ ମହିଳାମାନେ ଦୀର୍ଘ ଦିନ ଧରି ବେଆଇନ ମଦ କାରବାର ବନ୍ଦ କରିବାକୁ ଦାବି କରି ଆନ୍ଦୋଳନ କରୁଥିଲେ । ଆଗାମୀ ଦିନରେ ମଧ୍ୟ ବେଆଇନ ମଦ କାରବାର ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । 

Leave a Reply

Your email address will not be published. Required fields are marked *