ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପୂର୍ବତଟ ରେଳପଥ ଏକାଧିକ ଟ୍ରେନ୍ ବାତିଲ୍ କରିଛି। ଅକ୍ଟୋବର ୨୯ରୁ ନଭେମ୍ବର ୪ ମଧ୍ୟରେ କେଉଁ କେଉଁ ଟ୍ରେନ୍ ବାତିଲ୍ ହୋଇଛି ଏବଂ ଯାତ୍ରୀମାନେ କଣ ସତର୍କତା ଅବଲମ୍ବନ କରିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍।
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ ଉପରେ ପ୍ରଭାବ ପଡ଼ିଛି । ଯାତ୍ରୀଙ୍କ ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଟ୍ରେନ୍ ବାତିଲ୍ କରାଯାଇଛି ।
ଅକ୍ଟୋବର ୨୯ରୁ ନଭେମ୍ବର ୪ ତାରିଖ ମଧ୍ୟରେ ଚଳାଚଳ କରିବାକୁ ଥିବା କିଛି ଟ୍ରେନ୍ର ସେବା ବାତିଲ୍ କରାଯାଇଛି । ଏଥିରେ ବିଶାଖାପାଟଣା-କିରନ୍ଦୁଲ୍ ଓ କିରନ୍ଦୁଲ୍ବି-ଶାଖାପାଟଣା ଏକ୍ସପ୍ରେସ୍, ରାଉରକେଲା-ଜଗଦଲପୁର ଓ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍ ସମେତ ଅନ୍ୟାନ୍ୟ ଟ୍ରେନ୍ ରହିଛି।
ସେହିପରି ହାୱଡ଼ା-ଜଗଦଲପୁର ଓ ଜଗଦଲପୁର-ହାୱଡ଼ା ଏକ୍ସପ୍ରେସ୍ ମଧ୍ୟ ନିର୍ଦ୍ଦିଷ୍ଟ ତାରିଖରେ ବାତିଲ୍ କରାଯାଇଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ତେଣୁ ଏହି ସମୟ ମଧ୍ୟରେ ଟ୍ରେନ୍ରେ ଯାତ୍ରା କରିବାକୁ ଥିଲେ, ଯାତ୍ରା ପୂର୍ବରୁ ନିଜ ଟ୍ରେନ୍ର ଚଳାଚଳ ସ୍ଥିତି ଯାଞ୍ଚ କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିସହ ରେଳବାଇ ପକ୍ଷରୁ ଜାରି ହେଉଥିବା ନୂଆ ସୂଚନା ଓ ଅପଡେଟ୍ ଉପରେ ନଜର ରଖିବାକୁ ଯାତ୍ରୀଙ୍କୁ କୁହାଯାଇଛି ।
ବିଶାଖାପାଟଣା କିରନ୍ଦୁଲ ଟ୍ରେନ ଅକ୍ଟୋବର ୨୯ରୁ ନଭେମ୍ୱର ୪ ତାରିଖ ଯାଏଁ ବାତିଲ
କିରନ୍ଦୁଲ- ବିଶାଖାପାଟଣା ଟ୍ରେନ ଅକ୍ଟୋବର ୨୯ ରୁ ନଭେମ୍ୱର ୪ ତାରିଖ ଯାଏଁ ବାତିଲ
ରାଉରକେଲା -ଜଗଦଲପୁର ଟ୍ରେନ ୨୯ ଅକ୍ଟବରରୁ ୪ ନଭେମ୍ୱର ଯାଏଁ ବାତିଲ
ଜଗଦଲପୁର- ରାଉରକେଲା ଟ୍ରେନ ଅକ୍ଟୋବର ୩୦ରୁ ନଭେମ୍ୱର ୫ ଯାଏଁ ବାତିଲ
ହାୱଡା- ଜଗଦଲପୁର ଟ୍ରେନ ୨୭ ଅକ୍ଟୋବରରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ବାତିଲ
ଜଗଦଲପୁର- ହାୱଡା ଟ୍ରେନ ଅକ୍ଟୋବର ୨୮ରୁ ୩୧ ତାରିଖ ଯାଏଁ ବାତିଲ

