ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ : ବାତ୍ୟା ପାଇଁ କେଉଁଠି କେଉଁ ଟିମ୍ ?
ବାତ୍ୟା ଅର୍ଣ୍ଣବର ମୁକାବିଲା ନିମନ୍ତେ ଭୁବନେଶ୍ବରସ୍ଥିତ ରାଜୀବ ଭବନର ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଏସ୍ଆରସି ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି
ବାତ୍ୟା ଅର୍ଣ୍ଣବର ମୁକାବିଲା ନିମନ୍ତେ ଭୁବନେଶ୍ବରସ୍ଥିତ ରାଜୀବ ଭବନର ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଏସ୍ଆରସି ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତା କରିଛନ୍ତି ।
ବୈଠକରୁ ମିଳିଥିବା ତଥ୍ୟାନୁସାରେ, ରାଜ୍ୟର ମୋଟ ୮ଟି ଜିଲ୍ଲାରୁ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରୁ ମୋଟ ୪୮,୦୧୦ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, । ଏଥିସହିତ ସେମାନଙ୍କ ରହଣି ପାଇଁ ମୋଟ ୪୬୬ଟି ଆଶ୍ରୟସ୍ଥଳୀ (Shelters) ପ୍ରସ୍ତୁତ ରଖାଯାଇଛି । ନବରଙ୍ଗପୁର: ୧୧,୨୭୦ ଜଣ ଲୋକ ଚିହ୍ନଟ, ୧୩୪ଟି ଆଶ୍ରୟସ୍ଥଳୀ ଗଜପତି: ୧୧,୦୦୦ ଜଣ ଲୋକ ଚିହ୍ନଟ, ୧୭୫ଟି ଆଶ୍ରୟସ୍ଥଳୀ ମାଲକାନଗିରି : ୯,୮୫୦ ଜଣ ଲୋକ ଚିହ୍ନଟ, ୩୫ଟି ଆଶ୍ରୟସ୍ଥଳୀ ଗଞ୍ଜାମ: ୬,୫୦୦ ଜଣ ଲୋକ ଚିହ୍ନଟ, ୩୭ଟି ଆଶ୍ରୟସ୍ଥଳୀ କୋରାପୁଟ: ୫,୦୦୦ ଜଣ ଲୋକ ଚିହ୍ନଟ, ୪୭ଟି ଆଶ୍ରୟସ୍ଥଳୀ କଳାହାଣ୍ଡି: ୨,୪୧୫ ଜଣ ଲୋକ ଚିହ୍ନଟ, ୧୪ଟି ଆଶ୍ରୟସ୍ଥଳୀ ନୂଆପଡ଼ା: ୧,୬୭୫ ଜଣ ଲୋକ ଚିହ୍ନଟ, ୧୭ଟି ଆଶ୍ରୟସ୍ଥଳୀ ରାୟଗଡ଼ା: ୩୦୦ ଜଣ ଲୋକ ଚିହ୍ନଟ, ୭ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି ।
ଏହାସହ, ଗଞ୍ଜାମ: ଏହି ଜିଲ୍ଲାରେ ୯ଟି ଓଡ୍ରାଫ୍, ୨ଟି ଏନ୍.ଡି.ଆର୍.ଏଫ୍. ,୨୪ ଟି ଅଗ୍ନିଶମ ,ଗଜପତି: ଜିଲ୍ଲାରେ ୬ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୮ଟି ଅଗ୍ନିଶମ ,ରାୟଗଡ଼ା: ରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍ ଏ ଫ୍,୧୧ ଟି ଅଗ୍ନିଶମ ,କୋରାପୁଟ: ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୧୪ଟି ଅଗ୍ନିଶମ ଟିମ୍ କାର୍ଯ୍ୟରତ ଅଛନ୍ତି। ମାଲକାନଗିରି: ଏହି ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୯ଟି ଅଗ୍ନିଶମ ଟିମ,ନବରଙ୍ଗପୁର: ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ୧୨ଟି ଅଗ୍ନିଶମ ଟିମ, ନୂଆପଡ଼ା ଓ କଳାହାଣ୍ଡି ରେ ମଧ୍ୟ୍ୟ ଅଗ୍ନିଶମ ଟିମ ମୁତୟନ କରାଯାଇଛି ।
ରାଜସ୍ୱ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ବିଶେଷ ଭାବେ ପ୍ରଭାବିତ ହେବା ଥିବା ୮ଟି ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ପ୍ରଦାନ କରାଯାଇଥିଲା । ସମସ୍ତ ଆଶ୍ରୟସ୍ଥଳୀକୁ ତୁରନ୍ତ ସୁବ୍ୟବସ୍ଥିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି l ଜନସାଧାରଣ କେବଳ ସରକାରୀ ସୂଚନାକୁ ବିଶ୍ବାସ କରିବା ସହ ପ୍ରଶାସନକୁ ସହଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି l

