କ୍ରୁଟ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ, ସତ୍ୟନିଷ୍ଠା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଶପଥ ନେଲେ କର୍ମଚାରୀ

ଏହି ଅବସରରେ କ୍ରୁଟ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀ ସତ୍ୟନିଷ୍ଠା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ମହାପ୍ରବନ୍ଧକ (ପି ଆଣ୍ଡ ଏ) ସହଦେବ ସାମାଧିଆ ଉପସ୍ଥିତ ରହିଥିଲେ। 

ଦୁର୍ନୀତିମୁକ୍ତ ସମାଜ ଗଠନ ଏବଂ ସାର୍ବଜନୀନ ସେବାରେ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ କମ୍ପ୍ରେହେନ୍ସିଭ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ସପ୍ତାହ ପାଳନ କରାଯାଉଛି। ଏଥରର ବିଷୟବସ୍ତୁ ରହିଛି ‘ସତ୍ୟନିଷ୍ଠା ମାଧ୍ୟମରେ ସମୃଦ୍ଧି’।

ଏହି ଅବସରରେ କ୍ରୁଟ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀ ସତ୍ୟନିଷ୍ଠା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ମହାପ୍ରବନ୍ଧକ (ପି ଆଣ୍ଡ ଏ) ସହଦେବ ସାମାଧିଆ ଉପସ୍ଥିତ ରହିଥିଲେ। ଶପଥ ଗ୍ରହଣ ସମୟରେ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବା ସହ ନୈତିକ ଆଚରଣ ଅନୁସରଣ କରିବାକୁ ସଂକଳ୍ପ ନେଇଥିଲେ। ବିଶେଷକରି ସାର୍ବଜନୀନ ସେବା କ୍ଷେତ୍ରରେ ସାଧୁତା, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଦୁର୍ନୀତି ନିବାରଣ କେବଳ ଗୋଟିଏ ବ୍ୟକ୍ତି କିମ୍ବା ବିଭାଗର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ କର୍ମଚାରୀଙ୍କ ସାମୂହିକ ଦାୟିତ୍ୱ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁତ୍ୱ ଦିଆଯାଇଛି। ସରକାରୀ ଓ ସାର୍ବଜନୀନ ସେବାରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ସ୍ୱଚ୍ଛ କାର୍ଯ୍ୟପଦ୍ଧତି ଏବଂ ନୈତିକ ମୂଲ୍ୟବୋଧର ଆବଶ୍ୟକତା ରହିଛି।

ଏଥିସହ ଜନସାଧାରଣଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିବା, ସୁଶାସନକୁ ପ୍ରୋତ୍ସାହିତ କରିବା ଏବଂ ସେବା ପ୍ରଦାନ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସହରାଞ୍ଚଳ ପରିବହନ ସେବାରେ ଲୋକଙ୍କୁ ଉନ୍ନତ ଓ ବିଶ୍ୱାସଯୋଗ୍ୟ ସେବା ଯୋଗାଇଦେବା ସହ ଦୁର୍ନୀତିମୁକ୍ତ କାର୍ଯ୍ୟ ପରିବେଶ ସୃଷ୍ଟି କରିବାକୁ କ୍ରୁଟ୍ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *