ସରିଲାଣି ଧାନ କିଣା । ହେଲେ ଏବେ ବି ଖୋଲା ଆକାଶ ତଳେ ମଣ୍ଡିରେ ପଡ଼ି ରହିଛି ଶହ ଶହ ବସ୍ତା ଧାନ। ମଣ୍ଡିରେ ପଡି ରହି ଗଜା ହେବାକୁ ବସିଲାଣି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଅର୍ଜୁନପୁର ଓ ଗୌଡ଼ଗୋଠ ପ୍ୟାକ୍ସରେ ବର୍ଷାରେ ଭିଜି ଧାନ ଗଜା ହେଉଥିବା ଦେଖିବାକୁ ମିଳିଛି
ସରିଲାଣି ଧାନ କିଣା । ହେଲେ ଏବେ ବି ଖୋଲା ଆକାଶ ତଳେ ମଣ୍ଡିରେ ପଡ଼ି ରହିଛି ଶହ ଶହ ବସ୍ତା ଧାନ। ମଣ୍ଡିରେ ପଡି ରହି ଗଜା ହେବାକୁ ବସିଲାଣି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଅର୍ଜୁନପୁର ଓ ଗୌଡ଼ଗୋଠ ପ୍ୟାକ୍ସରେ ବର୍ଷାରେ ଭିଜି ଧାନ ଗଜା ହେଉଥିବା ଦେଖିବାକୁ ମିଳିଛି । ଦେଓଗାଁ ବ୍ଲକର ୧୩ଟି ମଣ୍ଡିରେ ୨୦୭୧ଜଣ ଓ ଗୁଡ଼ଭେଳାବ୍ଲକର ୮ଟି ପ୍ୟାକ୍ସରେ ୧୭୬୦ ଜଣ ଚାଷୀ ଧାନ ବିକ୍ରି କରିବା ପାଇ ପଞ୍ଜୀକୃତ କରିଛନ୍ତି।
କିନ୍ତୁ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତେବେ ଦେଓଗାଁ ବ୍ଲକ ଗୌଡ଼ଗୋଠ କୃଷି ସମବାୟ ସମିତିରେ ୫୦୬ ଜଣ ଚାଷୀ ୨୪ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ କରିଛନ୍ତି। ହେଲେ ଜୁନ୍ ୩୦ ପର୍ଯ୍ୟନ୍ତ ୧୯ ହଜାର ୬୨୦ କ୍ୱିଣ୍ଟାଲ ଟାର୍ଗେଟ ଆସିଥିବାରୁ ୪୯୭ଜଣ ଚାଷୀ ୧୮ ହଜାର ୮୦୫ କ୍ୱିଣ୍ଟାଲ ଧାନ କିଣା ହୋଇଛି। ଏବେ ଏହି ଧାନ ମଣ୍ଡିରେ ୬୫ ଜଣ ଚାଷୀ ଙ୍କ ୨୦୨୮.୯୬ କ୍ୟୁଣ୍ଟାଲ ୫ ହଜାର ବସ୍ତା ଧାନ ପଡ଼ିରହିଥିବା ଦେଖିବା ପାଇଁ ମିଳିଛି ।

