ବନ୍ଦ ହେଲା ମନରେଗା : ବାକି ଅଛି ୩୩୮.୨ କୋଟି, ୩୬ କୋଟି ଟଙ୍କାର ମଜୁରି ବି ମିଳିନି

ଏଥିମଧ୍ୟରୁ ଶ୍ରମିକଙ୍କ ବକେୟାରେ କଳାହାଣ୍ତି  ଜିଲ୍ଲାର ସର୍ବାଧିକ ଅର୍ଥାତ କୁଶଳୀଙ୍କ ୨.୨୪ କୋଟି ଏବଂ ଅର୍ଦ୍ଧକୁଶଳୀଙ୍କ ୩.୫୬ କୋଟି ଟଙ୍କା ବାକି ରହିଛି। ଦାଦନପ୍ରବଣ ନୂଆପଡା ,ଗଂଜାମ , ସୁନ୍ଦରଗଡ଼ଠାରୁ ଆରମ୍ଭ କରି ଅଧିକାଂଶ ଜିଲ୍ଲାରେ ସମାନ ସ୍ଥିତି ରହିଛି। 

ଏଥିମଧ୍ୟରୁ ଶ୍ରମିକଙ୍କ ବକେୟାରେ କଳାହାଣ୍ତି  ଜିଲ୍ଲାର ସର୍ବାଧିକ ଅର୍ଥାତ କୁଶଳୀଙ୍କ ୨.୨୪ କୋଟି ଏବଂ ଅର୍ଦ୍ଧକୁଶଳୀଙ୍କ ୩.୫୬ କୋଟି ଟଙ୍କା ବାକି ରହିଛି। ଦାଦନପ୍ରବଣ ନୂଆପଡା ,ଗଂଜାମ , ସୁନ୍ଦରଗଡ଼ଠାରୁ ଆରମ୍ଭ କରି ଅଧିକାଂଶ ଜିଲ୍ଲାରେ ସମାନ ସ୍ଥିତି ରହିଛି। 

ପ୍ରଶାସନିକ ସୂତ୍ର ଅନୁସାରେ, ମନରେଗାରେ କାର୍ଯ୍ୟ କରୁଥିବା କୌଣସି ଶ୍ରମିକ ଛଟେଇ ହେବେ ନାହିଁ। ବରଂ ସ୍ବତଃପ୍ରବୃତ୍ତ ଭାବରେ ମନରେଗା ‘ଭିଭିଜି ରାମଜି’ ପ୍ରକଳ୍ପକୁ ଚାଲି ଆସିବ। 

ମନରେଗାରେ ରାଜ୍ୟ ସରକାର ୧୯୭.୧୨ କୋଟି ଏବଂ କେନ୍ଦ୍ର ସରକାର ୮୪୩.୩୬ କୋଟି ଟଙ୍କା ଦେଇଛନ୍ତି। ମନରେଗାରେ ଦାଦନ ପ୍ରବଣ ଜିଲ୍ଲା ପାଇଁ ରାଜ୍ୟ ନିଜ ପକ୍ଷରୁ ସ୍ବତନ୍ତ୍ର ଟଙ୍କା ଆବଣ୍ଟନ କରୁଥିଲା। କିନ୍ତୁ ନୂତନ ଯୋଜନାରେ ଏହା କାର୍ଯ୍ୟକାରୀ କରାଯାଇ ନାହିଁ। କୃଷି ସମୟ ୬୦ ଦିନରେ ଏହା କାର୍ଯ୍ୟକାରୀ ହେବ ନାହିଁ। କିନ୍ତୁ ମନରେଗା ତୁଳନାରେ ‘ଭିଭିଜି ରାମଜି’ ଶ୍ରମିକ ଅଧିକ ପାଉଣା ପାଇବେ ବୋଲି ପ୍ରଶାସନ କହିଛି। ୨୦୦୬ ଫେବ୍ରୁଆରି ୨ ତାରିଖରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନ କାର୍ଯ୍ୟକାରୀ ହୋଇଥିଲା। ୨୦ ବର୍ଷ ଅବଧି ମଧ୍ୟରେ ଏହି ଯୋଜନା ଉତ୍‌ଥାନ-ପତନ ଦେଇ ଗତି କରିଛି।

କାର୍ଯ୍ୟ ଯୋଗାଇ ନପାରିଲେ ବେକାରି ଭତ୍ତା, କାର୍ଯ୍ୟସ୍ଥଳରେ କ୍ରେଚ୍‌ (ଶିଶୁ ଯତ୍ନ କେନ୍ଦ୍ର) ଆଦି ନିୟମ ଥିଲେ ମଧ୍ୟ ଏହା ପାଳନ ହୋଇ ନାହିଁ। ଓଡ଼ିଶା ସରକାର ଏହାକୁ ଦାଦନ ସମସ୍ୟା ସମାଧାନର ବଡ଼ ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଏହି ଯୋଜନା ବେଶ ଉପଯୋଗୀ ହୋଇଥିଲା। ଅନେକ ସମୟରେ ଓ ସ୍ଥାନରେ ଏହି ଯୋଜନାରେ ଦୁର୍ନୀତି ଦୁର୍ନାମ ବି ଲାଗିଲା। ଏବେ ‘ଭିଭିଜି ରାମଜି’ ଯୋଜନା ଗ୍ରାମୀଣ ରୋଜଗାର ସମସ୍ୟାର କେତେ ସମାଧାନ କରିବ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *