ମହଙ୍ଗା ଧାତୁ ବଜାରରେ ବଡ଼ ହଲଚଲ୍ । ଲଗାତାର ଉପରକୁ ଯିବା ପରେ ଏବେ ରୁପା ଦରରେ ଦେଖାଦେଇଛି ବଡ଼ ହ୍ରାସ । ରେକର୍ଡ ସ୍ତର ଛୁଇଁବା ପରେ ଏବେ ରୁପାର ଚମକ ଫିକା ପଡ଼ିଛି ।
ମହଙ୍ଗା ଧାତୁ ବଜାରରେ ବଡ଼ ହଲଚଲ୍ । ଲଗାତାର ଉପରକୁ ଯିବା ପରେ ଏବେ ରୁପା ଦରରେ ଦେଖାଦେଇଛି ବଡ଼ ହ୍ରାସ । ରେକର୍ଡ ସ୍ତର ଛୁଇଁବା ପରେ ଏବେ ରୁପାର ଚମକ ଫିକା ପଡ଼ିଛି । ଏହା ସହ ସୁନା ଦରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି । କିଛି ଦିନ ପୂର୍ବରୁ ରୁପା ଦର ନୂଆ ଉଚ୍ଚସ୍ତରରେ ପହଞ୍ଚିଥିଲା କିନ୍ତୁ ଏବେ ବଜାରରେ ବିକ୍ରି ଚାପ ବଢ଼ିବା ଯୋଗୁଁ ମୂଲ୍ୟରେ ହ୍ରାସ ଆସିଛି । ଏହି ପରିବର୍ତ୍ତନ ନିବେଶକ ଓ ଗହଣା କ୍ରେତାଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ, ଅନ୍ତର୍ଜାତୀୟ ବଜାରର ଗତିବିଧି, ଡଲାର ମୂଲ୍ୟର ପରିବର୍ତ୍ତନ ଏବଂ ନିବେଶକଙ୍କ ମନୋଭାବ ମହଙ୍ଗା ଧାତୁର ଦରକୁ ପ୍ରଭାବିତ କରୁଛି ।
ରୁପା ଦର କମିବା ପରେ ଗହଣା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଏହା ଏକ ସୁଯୋଗ ହୋଇପାରେ । ତେବେ ଆଗାମୀ ଦିନରେ ରୁପା ଦର ପୁଣି ବଢ଼ିବ କି ଆହୁରି ହ୍ରାସ ପାଇବ, ତାହା ଉପରେ ନିବେଶକଙ୍କ ନଜର ରହିଛି । ସେପଟେ ସୁନା ବଜାର ଉପରେ ମଧ୍ୟ ରହିଛି ସମସ୍ତଙ୍କ ନଜର। ଦର କମିବା ଆଶାରେ ଗ୍ରାହକମାନେ ଅପେକ୍ଷା କରୁଥିବାବେଳେ, ନିବେଶକମାନେ ବଜାରର ପରବର୍ତ୍ତୀ ଟ୍ରେଣ୍ଡ ଉପରେ ନଜର ରଖିଛନ୍ତି । ତେବେ ପ୍ରଶ୍ନ ହେଉଛି—ରୁପା ଦରର ଏହି ପତନ କେବଳ ସାମୟିକ ନା ଆଗକୁ ଆହୁରି ହ୍ରାସ ଦେଖିବାକୁ ମିଳିବ? ଏହାର ଉତ୍ତର ପାଇଁ ଏବେ ବଜାରର ପରବର୍ତ୍ତୀ ଚାଲ୍ ଉପରେ ସମସ୍ତଙ୍କ ନଜର ।

