ବଙ୍ଗୋପସାଗରରେ ଗଭୀର ଅବପାତ: ଆଜି ରାତିରେ ଉପକୂଳ ଛୁଇଁବ, ୪ ଜିଲ୍ଲାକୁ ରେଡ୍ ଆଲର୍ଟ

ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଆଜି ରାତିରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟଣମ୍‌ ନିକଟରେ ଉପକୂଳ ଅତିକ୍ରମ କରିବାର ଆକଳନ ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି ।

 ବଙ୍ଗୋପସାଗରରେ ଗଭୀର ଅବପାତ । ଉପକୂଳ ଆଡ଼କୁ ଆସୁଛି ବିପଦ । ଆଜି ରାତି ସତର୍କର ରାତି। ବଙ୍ଗୋପସାଗରରେ ଘୂରୁଛି ବିପଦ । ଉପକୂଳ ଆଡ଼କୁ  ମାଡ଼ିଆସୁଛି ଗଭୀର ଅବପାତ । ଦକ୍ଷିଣ ଓଡ଼ିଶାର ଚାରି ଜିଲ୍ଲାକୁ ରେଡ଼ ଆଲର୍ଟ । ଆଇଏମ୍‌ଡିର ଅପଡେଟ୍‌ ଅନୁସାରେ, ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଉ କିଛି ଘଣ୍ଟା ପରେ ଉପକୂଳ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହେବ । ବିଶାଖାପାଟନାରୁ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ଉପକୂଳ ଛୁଇଁବ ଗଭୀର ଅବପାତ । ଗଭୀର ଅବପାତର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଜାରି ରହିଛି ବର୍ଷା । ଆହୁରି ଦୁଇ ଭାରି ବର୍ଷାର ଆଶଙ୍କା ।

କେଉଁଠି ପ୍ରବଳରୁ ଅତି ପ୍ରବଳ ବର୍ଷା, ତ ଆଉ କେଉଁଠି ଝଡ଼ବର୍ଷା ହେବ। ବିଶେଷ କରି କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିପାରେ । ପବନର ବେଗ ଘଣ୍ଟାପ୍ରତି ୭୫କିଲୋମିଟର ପର୍ଯ୍ୟନ୍ତ ରହିବାର ସମ୍ଭାବନା । ସମୁଦ୍ର ହେବ ଅଶାନ୍ତ । ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ସନ୍ଧ୍ୟାରୁ ଧୀରେ ଧୀରେ ବଢ଼ିବାର ଆଶଙ୍କା ରହିଛି । ସମୁଦ୍ର ଉପକୂଳରୁ ପାହାଡ଼ିଆ ଅଞ୍ଚଳ ଯାଏଁ ରହିଛି ନଜର। ସମ୍ଭାବ୍ୟ ବିପଦକୁ ନଜରରେ ରଖି ସରକାର ମଧ୍ୟ ଆକ୍ସନ୍ ମୋଡ୍‌ରେ । ପ୍ରଭାବିତ ଅଞ୍ଚଳରେ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଜିଲ୍ଲାଗୁଡ଼ିକର ସ୍ଥିତି ଉପରେ ନଜର ରଖିବାକୁ ମନ୍ତ୍ରୀମାନଙ୍କୁ ଦିଆଯାଇଛି ଦାୟିତ୍ୱ ।

କୋରାପୁଟ ଦାୟିତ୍ୱ ନେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ । ସେ କୋରାପୁଟ ଓ ଆଖପାଖ ଅଞ୍ଚଳର ସ୍ଥିତି ତଦାରଖ କରିବେ । ସେହିପରି ଗଜପତି ଓ ଆଖପାଖ ଅଞ୍ଚଳର ଦାୟିତ୍ୱ ନେଇଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବର୍ଷା ବଢ଼ିଲେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ନଦୀ-ନାଳରେ ଜଳସ୍ତର ବୃଦ୍ଧି ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସମସ୍ୟା ଦେଖାଦେଇପାରେ ।

ବିପଦ ପୂର୍ବରୁ ପ୍ରସ୍ତୁତ ପ୍ରଶାସନ । ପ୍ରଭାବିତ ଅଞ୍ଚଳରେ ୩୩ ଓଡ୍ରାଫ୍ ଓ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି । ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଜିଲ୍ଲାସ୍ତରରେ ଖୋଲିଛି କଣ୍ଟ୍ରୋଲ୍‌ ରୁମ୍ । ରାତିରେ ଅବପାତ ଉପକୂଳ ଛୁଇଁବା ପରେ ଏହାର ଗତିପଥ ଓ ବର୍ଷାର ପ୍ରଭାବ ଉପରେ ରହିବ ସବୁଠାରୁ ବଡ଼ ନଜର । ଆସନ୍ତାକାଲି ବି ଜାରି ରହିବ ଅବପାତର ପ୍ରଭାବ । ଦକ୍ଷିଣ ଓଡ଼ିଶାରେ ବର୍ଷା ଆଶଙ୍କା । ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କତା । ୨୪ ଓ ୨୫ ରେ ବି ବର୍ଷାର ରହିବ ପ୍ରଭାବ । 

Leave a Reply

Your email address will not be published. Required fields are marked *