ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ , ଆୟୁଷ ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ

ଭଞ୍ଜନଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଏଭଳି ଅଭିଯୋଗ ଆସିଛି ।

ଭଞ୍ଜନଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଏଭଳି ଅଭିଯୋଗ ଆସିଛି । ସୂଚନା ଅନୁସାରେ, ଜଣେ ଆୟୁଷ ଡାକ୍ତରଙ୍କ କ୍ଲିନିକକୁ ଚିକିତ୍ସା ପାଇଁ ଆସିଥିବାବେଳେ ନାବାଳିକା ଜଣକ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଘଟଣା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ଦିଆଯାଇଛି ।

 ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଆୟୁଷ ଡାକ୍ତର ଦଶପଲ୍ଲା ଅଞ୍ଚଳରେ ଚାକିରି କରୁଥିବା ବେଳେ ନିଜ ଗାଁ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଏକ କ୍ଲିନିକ ଚଳାଉଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *