ଏକ ଇରାନୀ ଖବରକାଗଜ ମୌଳବାଦୀ ଏବଂ ଉତ୍ତେଜନାମୂଳକ ଆଭିମୁଖ୍ୟ ଗ୍ରହଣ କରି ଅନେକ ବିଦେଶୀ ନେତାଙ୍କ ନାମ ଏବଂ ଫଟୋ ପ୍ରକାଶ କରି କହିଛି ଯେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାର ପ୍ରତିଶୋଧ ସ୍ୱରୂପ ଲିଷ୍ଟରେ ଥିବା ବିଶ୍ବନେତାଙ୍କୁ ଟାର୍ଗେଟ କରାଯିବା ଉଚିତ୍।
ବଲିଉଡ୍ର କମେଡି ଫ୍ରାଞ୍ଚାଇଜି ‘ଧମାଲ’ର ଚତୁର୍ଥ ଭାଗ ଏବେ ବକ୍ସ ଅଫିସରେ ଜୋରଦାର ପ୍ରଦର୍ଶନ କରୁଛି । ଅଜୟ ଦେବଗନ, ଅର୍ଶଦ ୱାର୍ସି, ରିତେଶ ଦେଶମୁଖ ଓ ଅନ୍ୟାନ୍ୟ ତାରକାଙ୍କ ଅଭିନୀତ ‘ଧମାଲ ୪’ ରିଲିଜ୍ ପରେ ଦର୍ଶକଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ପାଇଛି । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି କମେଡି ଫିଲ୍ମ ଓପେନିଂ ୱିକେଣ୍ଡରେ ଜବରଦସ୍ତ କଲେକ୍ସନ କରିଛି । ରିପୋର୍ଟ ଅନୁସାରେ, ଫିଲ୍ମଟି ତିନି ଦିନରେ ଭାରତୀୟ ବଜାରରେ ପ୍ରାୟ ୬୫ କୋଟି ଟଙ୍କା ନେଟ୍ କଲେକ୍ସନ କରିଥିବାବେଳେ ବିଶ୍ୱବ୍ୟାପୀ ଆୟ ପ୍ରାୟ ୯୨ କୋଟି ଟଙ୍କା ଛୁଇଁଛି ।
‘ଧମାଲ ୪’ରେ ପୁରୁଣା ଧମାଲ ଟିମ୍ର ହାସ୍ୟ ଓ ମନୋରଞ୍ଜନ ସହ ନୂଆ କାହାଣୀକୁ ନେଇ ଦର୍ଶକଙ୍କ ଉତ୍ସାହ ଦେଖିବାକୁ ମିଳୁଛି । ପରିବାର ସହ ଦେଖିବା ଭଳି କମେଡି ଏଣ୍ଟରଟେନର ଭାବେ ଫିଲ୍ମଟି ସିନେମା ହଲ୍ରେ ଭିଡ଼ ଟାଣୁଛି । ବକ୍ସ ଅଫିସ୍ ରେସ୍ରେ ଏହି ଫିଲ୍ମ ଅନ୍ୟ କମେଡି ଫିଲ୍ମ ସହ ପ୍ରତିଯୋଗିତା କରୁଥିବା ବେଳେ ଆରମ୍ଭରୁ ହିଁ ଭଲ ଗତି ହାସଲ କରିଛି । ଅଜୟ ଦେବଗନଙ୍କ ଷ୍ଟାର ପାୱାର ଓ ‘ଧମାଲ’ ସିରିଜର ଲୋକପ୍ରିୟତା ଫିଲ୍ମର ସଫଳତାର ମୁଖ୍ୟ କାରଣ ହୋଇଛି । ଏବେ ନଜର ରହିଛି, ଆଗାମୀ ଦିନରେ ‘ଧମାଲ ୪’ କେତେ ଦୂର ପର୍ଯ୍ୟନ୍ତ ବକ୍ସ ଅଫିସ୍ରେ ନୂଆ ରେକର୍ଡ ସୃଷ୍ଟି କରିପାରୁଛି ।

