ଇରାନ ବୈଦେଶିକ ମନ୍ତ୍ରୀଙ୍କ ପୋଷ୍ଟ ସେୟାର କଲେ ଟ୍ରମ୍ପ; ଆମେରିକା-ଇରାନ ମଧ୍ୟରେ ବଢ଼ୁଛି ବନ୍ଧୁତା !

ଡିଲର ନିକଟତର ହୋଈଥିବା ନେଇ ଏକ୍ସରେ ପୋଷ୍ଟ କଲେ ଇରାନର ବୈଦେଶିକ ମନ୍ତ୍ରୀ । ସେହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନୀୟ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି,  ଆମେରିକା ଏବଂ ଇରାନ ମଧ୍ୟପ୍ରାଚ୍ୟର ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତି ପାଇଁ  ଆଗରୁ କେବେ ଏତେ ନିକଟତର ହୋଇନଥିଲା ।

ଆଗକୁ ବଢୁଛି ଇରାନ-ଆମେରିକା ଯୁଦ୍ଧ ଶାନ୍ତି ଚୁକ୍ତି । ଡିଲର ନିକଟତର ହୋଈଥିବା ନେଇ ଏକ୍ସରେ ପୋଷ୍ଟ କଲେ ଇରାନର ବୈଦେଶିକ ମନ୍ତ୍ରୀ । ସେହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନୀୟ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି,  ଆମେରିକା ଏବଂ ଇରାନ ମଧ୍ୟପ୍ରାଚ୍ୟର ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତି ପାଇଁ  ଆଗରୁ କେବେ ଏତେ ନିକଟତର ହୋଇନଥିଲା ।  ଏହାର ଚୂଡ଼ାନ୍ତ ରୂପାୟନ ହେବା ପର୍ଯ୍ୟନ୍ତ, ମିଡ଼ିଆ ଏହାର ବିଷୟବସ୍ତୁ ବିଷୟରେ ଅନୁମାନ କରିବାରୁ ବିରତ ରହିବା ଉଚିତ୍ ବୋଲି ସେ କହିଛନ୍ତି ।

ଆରାଘଚି  କହିଛନ୍ତି, ଆମର ଦାୟିତ୍ୱପୂର୍ଣ୍ଣ ଏବଂ ସ୍ୱଚ୍ଛ ଦୃଷ୍ଟିକୋଣ ଅନୁଯାୟୀ, ସମସ୍ତ ବିବରଣୀ ସଠିକ୍ ସମୟରେ ଜନସାଧାରଣଙ୍କ ସହ ସେୟାର କରାଯିବ । ଆରାଘଚିଙ୍କ ଏଭଳି ପୋଷ୍ଟକୁ ସ୍ରିନସଟନେଇ ଟ୍ରୁଥ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ପୂର୍ବରୁ ଇରାନ ମିଡ଼ିଆରେ ହୋଇଥିବା ଚୁକ୍ତି ସର୍ତ୍ତ ଲିକ୍ ସମ୍ପର୍କରେ କଠୋର ସମାଲୋଚନା କରିଥିଲେ ଟ୍ରମ୍ପ । ଗତ କେଇଦିନ ଧରି ଉଭୟ ପକ୍ଷ ଏକ ଚୁକ୍ତିର ଦ୍ୱାରଦେଶରେ ଅଛନ୍ତି ବୋଲି ଆଶା ବଢ଼ିଛି, ଯଦିଓ ଟେନସନ୍ ଏବଂ ଅସମଞ୍ଜସତା ଏପର୍ଯ୍ୟନ୍ତ ରହିଛି ।

Leave a Reply

Your email address will not be published. Required fields are marked *