ପୁରୀ ଜିଲ୍ଲା ବଳଙ୍ଗାରେ ଖଣି ବିଭାଗ ଓ ପୁରୀ ପୁଲିସର ବଡ଼ ଧରଣର ଚଢ଼ାଉ । ବଳଙ୍ଗା ଭାର୍ଗବୀ ନଦୀ ତେରହଳଠାରେ ବେଆଇନ ବାଲିଘାଟ ଉପରେ ଚଢ଼ଉ କରିଛି ସ୍ପେସାଲ୍ ସ୍କ୍ବାଡ୍ ।
ପୁରୀ ଜିଲ୍ଲା ବଳଙ୍ଗାରେ ଖଣି ବିଭାଗ ଓ ପୁରୀ ପୁଲିସର ବଡ଼ ଧରଣର ଚଢ଼ାଉ । ବଳଙ୍ଗା ଭାର୍ଗବୀ ନଦୀ ତେରହଳଠାରେ ବେଆଇନ ବାଲିଘାଟ ଉପରେ ଚଢ଼ଉ କରିଛି ସ୍ପେସାଲ୍ ସ୍କ୍ବାଡ୍ । ବିଳମ୍ବିତ ରାତିରେ ରେଡ୍ ବେଳେ ୧୮ଟି ବାଲି ବୋଝେଇ ହାଇୱା ସମେତ ୨ଟି ଜେସିବି ଜବତ ହୋଇଛି । ମାମଲାରେ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ବଳଙ୍ଗା ପୁଲିସ। ଅନେକ ଦିନ ହେଲାଣି ବଳଙ୍ଗା ତେରହଳ ଅଞ୍ଚଳରେ ବେଆଇନ ବାଲିଘାଟ ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା ।

