ମମତାଙ୍କୁ ସୋନିଆଙ୍କ ଅଫର, ଦଳକୁ କଂଗ୍ରେସରେ କର ବିଲୀନ, ମିଳିବ ଉପାଧ୍ୟକ୍ଷ ପଦ

୮୦ ଦଶକରେ ଯେଉଁ କଂଗ୍ରେସକୁ ବିରୋଧ କରି ସେ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ଗଠନ କରିଥିଲେ, ୩୫  ବର୍ଷ ପରେ ପୁଣି ସମୟ କଡ଼ ଲେଉଟାଇଛି । ଦୀର୍ଘ ୧୫ ବର୍ଷ ଧରି ପଶ୍ଚିମବଙ୍ଗର ଶାସନ କ୍ଷମତାକୁ ନିଜ ମୁଠାରେ ଜାବୁଡ଼ି ଧରିଥିବା ମମତା ବାନାର୍ଜୀ ଆଜି ନିଶହାୟ ହୋଇ ପୁଣି ସେହି କଂଗ୍ରେସ ଶରଣରେ ପଶିଛନ୍ତି

ଦେଶ ରାଜନୀତିରେ ଏକ ନୂଆମୋଡ଼ ଆସିବା ନେଇ ରାସ୍ତା ପରିସ୍କାର ହେବାରେ ଲାଗିଛି । କିଛିମାସ ତଳେ ଦେଶର ଅଗ୍ନିବର୍ଷୀ ନେତା ଭାବେ ଗଣନା କରାଯାଉଥିବା ଟିଏମସି ବା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଆଜି ଅସହାୟ ହୋଇପଡ଼ିଛନ୍ତି । ୮୦ ଦଶକରେ ଯେଉଁ କଂଗ୍ରେସକୁ ବିରୋଧ କରି ସେ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ଗଠନ କରିଥିଲେ, ୩୫  ବର୍ଷ ପରେ ପୁଣି ସମୟ କଡ଼ ଲେଉଟାଇଛି । ଦୀର୍ଘ ୧୫ ବର୍ଷ ଧରି ପଶ୍ଚିମବଙ୍ଗର ଶାସନ କ୍ଷମତାକୁ ନିଜ ମୁଠାରେ ଜାବୁଡ଼ି ଧରିଥିବା ମମତା ବାନାର୍ଜୀ ଆଜି ନିଶହାୟ ହୋଇ ପୁଣି ସେହି କଂଗ୍ରେସ ଶରଣରେ ପଶିଛନ୍ତି ଓ ଏହାର ଫାଇଦା ନେବାକୁ କଂଗ୍ରେସ ଏବେ ଯୋଜନା ପ୍ରସ୍ତୁତ କରିଛି । କଂଗ୍ରେସର ଅଦୃଶ୍ୟ କ୍ଷମତାକେନ୍ଦ୍ର ସୋନିଆ ଗାନ୍ଧୀ ମମତା ବାନାର୍ଜୀଙ୍କୁ ଏକ ଅଫର ଦେଇଛନ୍ତି । ଏଥିରେ କୁହାଯାଇଛି କି, ଯଦି ମମତା ବାନାର୍ଜୀ ତାଙ୍କ ଦଳ ଟିଏମସିକୁ ସମ୍ପୂର୍ଣ୍ଣ ଭାବେ କଂଗ୍ରେସରେ ବିଲୀନ କରିଦେବେ ତେବେ ତାଙ୍କୁ ଜାତୀୟ କଂଗ୍ରେସର ଉପାଧ୍ୟକ୍ଷ ପଦ ମିଳିବ । ଏହାସହ ଅଭିଷେକ ବାନାର୍ଜୀଙ୍କୁ ଦଳର ମହାସଚିବ ପଦ ମିଳିବ 

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୟାବହ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମସି) ଦଳ ପ୍ରାୟ ଭାଙ୍ଗିଯିବା ସ୍ଥିତିକୁ ପହଞ୍ଚିଛି। ମମତା ବାନାର୍ଜୀଙ୍କ ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ନିଜସ୍ୱ ଗୋଷ୍ଠୀ ଗଠନ କରିଛନ୍ତି। ଏହାପରେ ଦିଲ୍ଲୀରେ ମଧ୍ୟ ପ୍ରାୟ ୨୦ ଜଣ ସାଂସଦ ଟିଏମସି ଛାଡ଼ି ଅଲଗା ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *