ନେଦରଲାଣ୍ଡ୍‌ସ ନକ୍‌ଆଉଟ୍‌; ମରକ୍କୋ ମାରିନେଲା ପେନାଲ୍ଟି ବିଜୟ

ନିୟମିତ ସମୟରେ ଏହି ମ୍ୟାଚ୍‌ ମଧ୍ୟ ସମାନ ୧-୧ ଗୋଲ୍‌ରେ ଡ୍ର’ ରହିଥିଲା । ବିଜୟ ସହ ପ୍ରି-କ୍ୱାର୍ଟରଫାଇନାଲ୍‌ରେ ମରକ୍କୋ ଜୁଲାଇ ୪ ତାରିଖରେ କାନାଡ଼ା ସହ ଖେଳିବା ଧାର୍ଯ୍ୟ ହୋଇଯାଇଛି । ମେକ୍ସିକୋର ମଣ୍ଟେରି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଆକ୍ରମଣ, ପ୍ରତିଆକ୍ରମଣ ଏବଂ ଦୃଢ଼ ରକ୍ଷଣଭାଗର ନିଖୁଣ ନିଦର୍ଶନ ଦେଖାଇଥିଲା ।

ବ୍ରାଜିଲ ବର୍ତ୍ତିଗଲା, କିନ୍ତୁ ଜର୍ମାନୀ ଭଳି ଅନ୍ୟତମ ୟୁରୋପୀୟ ଶକ୍ତି ନେଦରଲାଣ୍ଡସ ମଧ୍ୟ ‌ଚଳିତ ଫିଫା ବିଶ୍ୱକପ୍‌ରୁ ନକ୍‌ ଆଉଟ୍‌ ହୋଇଯାଇଛି । ନେଦରଲାଣ୍ଡ୍‌ସକୁ ପୋନଲ୍ଟିରେ ୩-୨ରେ ହରାଇ ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ ରାଉଣ୍ଡ୍‌ ଅଫ୍‌ ୧୬ (ପ୍ରି-କ୍ୱାର୍ଟରଫାଇନାଲ୍‌) ଯୋଗ୍ୟତା ଅର୍ଜନ କରି ନେଇଛି । ଜର୍ମାନୀ-ପାରାଗୁଏ ଭଳି ଏହି ମ୍ୟାଚ୍‌ ମଧ୍ୟ ୧୨୦ ମିନିଟ୍‌ ସଂଘର୍ଷ ପରେ ପେନାଲ୍ଟି ଫଳାଫଳରେ ନିର୍ଣ୍ଣୟ ହୋଇଥିଲା ।

ନିୟମିତ ସମୟରେ ଏହି ମ୍ୟାଚ୍‌ ମଧ୍ୟ ସମାନ ୧-୧ ଗୋଲ୍‌ରେ ଡ୍ର’ ରହିଥିଲା । ବିଜୟ ସହ ପ୍ରି-କ୍ୱାର୍ଟରଫାଇନାଲ୍‌ରେ ମରକ୍କୋ ଜୁଲାଇ ୪ ତାରିଖରେ କାନାଡ଼ା ସହ ଖେଳିବା ଧାର୍ଯ୍ୟ ହୋଇଯାଇଛି । ମେକ୍ସିକୋର ମଣ୍ଟେରି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଆକ୍ରମଣ, ପ୍ରତିଆକ୍ରମଣ ଏବଂ ଦୃଢ଼ ରକ୍ଷଣଭାଗର ନିଖୁଣ ନିଦର୍ଶନ ଦେଖାଇଥିଲା ।

ତେବେ ୭୧ତମ ମିନିଟ୍‌ ପର୍ଯ୍ୟନ୍ତ ଉଭୟ ଦଳ ଗୋଲ୍‌ ଦେବାରେ ନିଷ୍ଫଳ ରହିଥିଲେ । ୭୨ତମ ମିନିଟ୍‌ରେ ଅଭିଜ୍ଞ ଷ୍ଟ୍ରାଇକର୍‌ କୋଡି ଗାକ୍‌ପୋଙ୍କ ଗୋଲ୍‌ରେ ନେଦରଲାଣ୍ଡ୍‌ସ ଅଗ୍ରଣୀ ନେଇଯାଇଥିଲା । ତାଙ୍କ ଦଳ ମଧ୍ୟ ବିଜୟଦ୍ୱାରରେ ପହଞ୍ଚିଯାଇଥିଲା । କିନ୍ତୁ ଷ୍ଟପେଜ୍‌ ଟାଇମ୍‌ରେ ପ୍ରଥମ ମିନିଟ୍‌ରେ ବଦଳ ଖେଳାଳି ଈଶା ଡିଅପ୍‌ (୯୦+୧ ମିନିଟ୍‌)ଙ୍କ ଗୋଲ୍‌ ଏହି ଦଳର ଆଶାରେ ପାଣି ଭରି ଦେଇଥିଲା ।

ଶେଷକୁ ଅତିରିକ୍ତ ୩୦ ମିନିଟ୍‌ ଗୋଲଶୂନ୍ୟ ରହିଥିଲା । ସୁଟ୍‌ ଆଉଟ୍‌ ବେଳକୁ ଉଭୟ ଦଳ ତାଳମେଳ ଦେଇ ଚାଲିଥିଲେ ମଧ୍ୟ କ୍ରିସେନ୍‌ସିଓ ସୁମରଭିଲେଙ୍କ ପେନାଲ୍ଟିକୁ ମରକ୍କୋ ଗୋଲରକ୍ଷକ ୟାସିନ୍‌ ବୋନୋଉ ରୋକିଦେବା ପରେ ଇସମାଇଲ୍‌ ସାଇବରି ନିର୍ଣ୍ଣାୟକ ପେନାଲ୍ଟିକୁ ଗୋଲରେ ପରିଣତ କରି ମରସ୍କୋକୁ ଐତିହାସିକ ବିଜୟ ଦେଇଥିଲେ । ନେଦରଲାଣ୍ଡସର ଅଭିଜ୍ଞ ଖେଳାଳି କୋଡି ଗାକ୍‌ପୋଙ୍କ ପାଇଁ ଏହା ଆଉ ଏକ ଦୁଃଖଦ ଖବର ହୋଇଥିଲା । ଦୁଇ ଦିନ ତଳେ ତାଙ୍କ ପୁତ୍ର ସନ୍ତାନ ଜନ୍ମପୂର୍ବରୁ ମୃତ୍ୟୁବରଣ କରିଥିଲେ ।

Leave a Reply

Your email address will not be published. Required fields are marked *