ବିଜେପିକୁ ଶରଦ ପାୱାରଙ୍କ ଟାର୍ଗେଟ୍, ଇନ୍ଦିରା ଗାନ୍ଧୀଙ୍କ ଉପରେ ବୟାନକୁ ନିନ୍ଦା, ମୋଦୀଙ୍କ ସହ ନେହରୁଙ୍କ ତୁଳନାକୁ କହିଲେ ଭୁଲ

ଏନସିପି (ଏସପି) ମୁଖ୍ୟ ଶରଦ ପୱାର ମୁମ୍ବାଇରେ ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ଦେଶ ଗଠନ ଏବଂ ସ୍ୱାଧୀନତା ସଂଗ୍ରାମରେ ଜବାହରଲାଲ ନେହେରୁଙ୍କ ଅବଦାନକୁ କେବେ ଭୁଲିହେବ ନାହିଁ। ତାଙ୍କୁ ସମ୍ମାନ ଜଣାଇବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।

ଏନସିପି (ଏସପି) ମୁଖ୍ୟ ଶରଦ ପୱାର ମହାରାଷ୍ଟ୍ରର ବିଜେପି ମନ୍ତ୍ରୀ ଗିରିଶ ମହାଜନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅପରେସନ୍ ବ୍ଲୁ ଷ୍ଟାରକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଗିରିଶ ମହାଜନ କରିଥିବା ମନ୍ତବ୍ୟକୁ ଶରଦ ପୱାର ଭୁଲ ବୋଲି କହିଛନ୍ତି।

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ତୁଳନା କରାଯାଉଥିବା ନେଇ ମଧ୍ୟ ସେ ଆପତ୍ତି ପ୍ରକାଶ କରିଛନ୍ତି।ଶରଦ ପୱାର କହିଛନ୍ତି ଯେ, ନରେନ୍ଦ୍ର ମୋଦି ନିଶ୍ଚିତ ଭାବେ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ, କିନ୍ତୁ ତାଙ୍କୁ ଜବାହରଲାଲ ନେହେରୁଙ୍କ ସହ ତୁଳନା କରିବା କୌଣସି ଭାବେ ଉଚିତ ନୁହେଁ। ତାଙ୍କ ମତରେ, ନେହେରୁଙ୍କ ଅବଦାନ ଓ ଐତିହାସିକ ଭୂମିକା ସହ ମୋଦିଙ୍କ ତୁଳନା କରିବା ଠିକ୍ ହେବ ନାହିଁ।

ଏନସିପି (ଏସପି) ମୁଖ୍ୟ ଶରଦ ପୱାର ମୁମ୍ବାଇରେ ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ଦେଶ ଗଠନ ଏବଂ ସ୍ୱାଧୀନତା ସଂଗ୍ରାମରେ ଜବାହରଲାଲ ନେହେରୁଙ୍କ ଅବଦାନକୁ କେବେ ଭୁଲିହେବ ନାହିଁ। ତାଙ୍କୁ ସମ୍ମାନ ଜଣାଇବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।

ଶରଦ ପୱାର କହିଛନ୍ତି ଯେ, ଆଜିକାଲି ଏଭଳି ପରିବେଶ ସୃଷ୍ଟି କରାଯାଉଛି ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଅନ୍ୟ କୌଣସି ନେତା ନାହାନ୍ତି। ସେ ସ୍ୱୀକାର କରିଛନ୍ତି ଯେ, ମୋଦି ଦେଶର ସବୁଠାରୁ ଦୀର୍ଘ ସମୟ ଧରି କାର୍ୟ୍ୟ କରୁଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ଯାହା ଏକ ଭଲ କଥା।
ସେ କହିଛନ୍ତି ଯେ, ସଂସଦୀୟ ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀଙ୍କ ପଦ ଏକ ସାମ୍ବିଧାନିକ ପଦ ଏବଂ ଏହାକୁ ସମସ୍ତଙ୍କ ସମ୍ମାନ କରିବା ଉଚିତ। କିନ୍ତୁ ନେହେରୁଙ୍କ ସ୍ଥାନ ସ୍ୱତନ୍ତ୍ର ଏବଂ ତାଙ୍କ ସହ କାହାରି ତୁଳନା କରାଯାଇ ପାରିବ ନାହିଁ।
ପୱାର ଆହୁରି କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ପାଇଁ ଲଢ଼େଇ କରିବା ସମୟରେ ଜବାହରଲାଲ ନେହେରୁ ଅନେକ ବର୍ଷ ଜେଲରେ କାଟିଥିଲେ। ଦେଶ ପାଇଁ ତାଙ୍କ ତ୍ୟାଗ ଏବଂ ଅବଦାନକୁ ଭାରତୀୟମାନେ କେବେ ଭୁଲିପାରିବେ ନାହିଁ।

 ଗିରିଶ ମହାଜନଙ୍କୁ କଡ଼ା ଭାବେ ସମାଲୋଚନା କଲେ ଶରଦ ପୱାର
ଶରଦ ପୱାର ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ବିଜେପି ନେତା ଗିରିଶ ମହାଜନଙ୍କ ଉପରେ ମଧ୍ୟ କଡ଼ା ଆକ୍ରମଣ କରିଛନ୍ତି। ମହାଜନ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବିରୋଧରେ ଶିଖ୍ ସମ୍ପ୍ରଦାୟ ଉପରେ ଅତ୍ୟାଚାର କରିଥିବା ଅଭିଯୋଗ ଆଣିଥିଲେ। ଏହି ବୟାନକୁ ଶରଦ ପୱାର ସମ୍ପୂର୍ଣ୍ଣ ଭାବେ ଅଗ୍ରହଣଯୋଗ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଅପରେସନ୍ ବ୍ଲୁ ଷ୍ଟାର ଇନ୍ଦିରା ଗାନ୍ଧୀଙ୍କ ଏକ ବଡ଼ ତ୍ୟାଗ ଥିଲା। ଦେଶର ସୁରକ୍ଷା ଏବଂ ସମ୍ମାନ ପ୍ରସଙ୍ଗରେ ସେ କେବେ ମଧ୍ୟ କୌଣସି ସମଝୌତା କରିନଥିଲେ।

ଶିଖ୍ ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା
ଶରଦ ପୱାର ଶିଖ୍ ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରି କହିଛନ୍ତି ଯେ, ଦେଶର ସୀମା ସୁରକ୍ଷା ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହି ସମ୍ପ୍ରଦାୟର ଅବଦାନ ଅତୁଳନୀୟ। ସେ କହିଛନ୍ତି ଯେ, ସେହି ସମୟରେ କିଛି ଲୋକ ଭୁଲ ରାସ୍ତା ବାଛି ନେଇଥିଲେ, ଯାହାର ପରିଣାମରେ କିଛି ଏପରି ଘଟଣା  ଘଟିଥିଲା, ଯାହାକୁ କେବେ ଭୁଲିହେବ ନାହିଁ। ପୱାରଙ୍କ ମତରେ, ସେହି ଘଟଣାଗୁଡ଼ିକ ଦେଶର ଇତିହାସର ଏକ ସମ୍ବେଦନଶୀଳ ଅଧ୍ୟାୟ ଏବଂ ଏହାକୁ ରାଜନୈତିକ ଲାଭ ପାଇଁ ବ୍ୟବହାର କରିବା ଉଚିତ ନୁହେଁ।

ଗିରିଶ ମହାଜନଙ୍କ ବୟାନକୁ ନେଇ ବିବାଦ
ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରର ମନ୍ତ୍ରୀ ଗିରିଶ ମହାଜନ ଅପରେସନ୍ ବ୍ଲୁ ଷ୍ଟାରକୁ “କଳା ଦିବସ” ବୋଲି ବର୍ଣ୍ଣନା କରି ବିବାଦ ସୃଷ୍ଟି କରିଥିଲେ। ସେ ୧୯୮୪ ମସିହାର ସାମରିକ ଅଭିଯାନକୁ ଆଫଗାନ ଶାସକ ଅହମଦ ଶାହ ଅବଦାଲିଙ୍କ ଆକ୍ରମଣ ସହ ତୁଳନା କରିଥିଲେ।

ମହାଜନ ଅଭିଯୋଗ କରିଥିଲେ ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବଳପୂର୍ବକ ସେନାକୁ ପଞ୍ଜାବ ଏବଂ ପବିତ୍ର ସ୍ୱର୍ଣ୍ଣ ମନ୍ଦିର ପରିସର ଭିତରକୁ ପଠାଇଥିଲେ।ଏହି ବୟାନ ପ୍ରକାଶ ପାଇବା ପରଠାରୁ ବିରୋଧୀ ଦଳଗୁଡ଼ିକ ଗିରିଶ ମହାଜନଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିବାକୁ ଦାବି କରୁଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେ, ଏପରି ମନ୍ତବ୍ୟ ଐତିହାସିକ ଘଟଣାକୁ ନେଇ ଅନାବଶ୍ୟକ ବିବାଦ ସୃଷ୍ଟି କରିବା ସହ ସାମ୍ପ୍ରଦାୟିକ ସମ୍ବେଦନଶୀଳତାକୁ ପ୍ରଭାବିତ କରିପାରେ।

Leave a Reply

Your email address will not be published. Required fields are marked *