ଲୋକେ ହେଉଛନ୍ତି ଆକ୍ତାମାକ୍ତା, ପ୍ରଶାସନ କହୁଛି ଆମେ ସଜାଗ ରହିଛୁ, ଲୋକଙ୍କ ପାଖରେ ସମସ୍ତ ପ୍ରକାର ସରକାରୀ ସୁବିଧା ପହଞ୍ଚାଉଛୁ, ପ୍ରକୃତରେ ତାହା କେବଳ କଥାରେ ଶୋଭା ପାଉଛି ମାତ୍ର ଗ୍ରାଉଣ୍ଡ ଜିରୋରେ ସ୍ଥିତି କିନ୍ତୁ ଅଲଗା, ଲୋକଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ନା ଶୁଖିଲା ଖାଦ୍ୟ ନା ରନ୍ଧା ଖାଦ୍ୟ ନା ପିଇବା ପାଣି କିଛିବି ପହଞ୍ଚି ନାହିଁ,ଗତ କାଲି ଠାରୁ ପାଣି ଘେରରେ ଅଖିଆ ଅପିଆ ରହିଛନ୍ତି, ଆଜି ଡଙ୍ଗା ସାହାଯ୍ୟରେ ବାହାକୁ ଆସୁଛନ୍ତି କିଛି ନେଲେ ପରିବାର ଲୋକଙ୍କ ମୁହଁରେ ଆହାର ଦେବେ
କେରଳ ବନ୍ୟା ବିଭୀଷିକା ଠାରୁ କମ୍ ନୁହେଁ ସୁବର୍ଣ୍ଣରେଖା ନଦୀର ବନ୍ୟା ବିଭୀଷିକା,ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି,ଘର ବାରଣ୍ଡାରେ ପାଣି,ଘର ଭିତରେ ପଣି, ବାହାରେ ପାଣି,ଚାରିଆଡ଼େ କେବଳ ପାଣି ଆଉ ପାଣି, ଲୋକେ ହେଉଛନ୍ତି ଆକ୍ତାମାକ୍ତା, ପ୍ରଶାସନ କହୁଛି ଆମେ ସଜାଗ ରହିଛୁ, ଲୋକଙ୍କ ପାଖରେ ସମସ୍ତ ପ୍ରକାର ସରକାରୀ ସୁବିଧା ପହଞ୍ଚାଉଛୁ, ପ୍ରକୃତରେ ତାହା କେବଳ କଥାରେ ଶୋଭା ପାଉଛି ମାତ୍ର ଗ୍ରାଉଣ୍ଡ ଜିରୋରେ ସ୍ଥିତି କିନ୍ତୁ ଅଲଗା, ଲୋକଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ନା ଶୁଖିଲା ଖାଦ୍ୟ ନା ରନ୍ଧା ଖାଦ୍ୟ ନା ପିଇବା ପାଣି କିଛିବି ପହଞ୍ଚି ନାହିଁ,ଗତ କାଲି ଠାରୁ ପାଣି ଘେରରେ ଅଖିଆ ଅପିଆ ରହିଛନ୍ତି, ଆଜି ଡଙ୍ଗା ସାହାଯ୍ୟରେ ବାହାକୁ ଆସୁଛନ୍ତି କିଛି ନେଲେ ପରିବାର ଲୋକଙ୍କ ମୁହଁରେ ଆହାର ଦେବେ,ସୁବର୍ଣ୍ଣରେଖା ନଦୀର ବନ୍ୟା ଫଳରେ ବାଲିଆପାଳ ବ୍ଲକର ୧୫ ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି, ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ଥିବା ବେଳେ ସକାଳ ୮ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୧.୬୮ ମିଟର ରେ ପ୍ରବାହିତ ହେଉଛି, ବନ୍ୟା ବିପନ୍ନ ଙ୍କ ପାଂଇ ପ୍ରଶାସନ ପକ୍ଷରୁ ୧୫ ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆ ଯାଇଛି, ବନ୍ୟା ଦ୍ବାରା ବାଲିଆପାଳ ବ୍ଲକ ୪୫ ହଜାର ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟାଞ୍ଚଳରେ ୩ ଟି ଓଡ୍ରାଫ ଟିମ୍ ସମେତ ୯ ଟି ଏସଆରସି ବୋଟ୍ ନିୟୋଜିତ କରାଯାଇ ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ କରାଯାଇଛି

