ଇଣ୍ଡୋନେସିଆ ଫେରିପାରନ୍ତି ଓରଙ୍ଗଉଟାନ। ଓଡ଼ିଶାରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଫେରାଇ ନେବାକୁ ଚିଠି ଲେଖିଛି ଇଣ୍ଡୋନେସିଆ । ବାଲେଶ୍ୱର ଜିଲ୍ଲା ଭୋଗରାଇର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଇଣ୍ଡୋନେସିଆ ସରକାର ।
ଇଣ୍ଡୋନେସିଆ ଫେରିପାରନ୍ତି ଓରଙ୍ଗଉଟାନ। ଓଡ଼ିଶାରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଫେରାଇ ନେବାକୁ ଚିଠି ଲେଖିଛି ଇଣ୍ଡୋନେସିଆ । ବାଲେଶ୍ୱର ଜିଲ୍ଲା ଭୋଗରାଇର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଇଣ୍ଡୋନେସିଆ ସରକାର । ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରି ଶାବକମାନଙ୍କ ଉତ୍ସ ଯାଞ୍ଚ ସହ ସେମାନଙ୍କୁ ଇଣ୍ଡୋନେସିଆ ଫେରାଇ ନେବା ପ୍ରକ୍ରିୟା ଚାଲିଥିବା ଇଣ୍ଡୋନେସିଆ ସରକାର କହିଛନ୍ତି ।
ଇଣ୍ଡୋନେସିଆ ବନ ମନ୍ତ୍ରଣାଳୟର କହିବା ଅନୁସାରେ, ଭାରତରେ ୫ଟି ଓରାଙ୍ଗଉଟାନ୍ ଶାବକ ମିଳିବା ଘଟଣାର ଅନୁସନ୍ଧାନ କରାଯାଉଛି। ଶାବକମାନଙ୍କ ଯତ୍ନ, ସେମାନଙ୍କ ଉତ୍ସ ଯାଞ୍ଚ ଏବଂ ଇଣ୍ଡୋନେସିଆକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ପ୍ରାଥମିକ ଶାରୀରିକ ଓ ଆକୃତିଗତ ଯାଞ୍ଚରୁ ଏହି ଶାବକମାନେ ସୁମାତ୍ରାର ଓରାଙ୍ଗଉଟାନ୍ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ଇଣ୍ଡୋନେସିଆ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ ପ୍ରାଥମିକ ଅନୁମାନ। ଡିଏନ୍ଏ ପରୀକ୍ଷା ପରେ ହିଁ ସେମାନଙ୍କ ପ୍ରଜାତି ଓ ଜେନେଟିକ୍ ଉତ୍ସ ସମ୍ପର୍କରେ ନିଶ୍ଚିତ ହୋଇପାରିବ। ଏହି ଘଟଣାର ତଦନ୍ତ ଓ ଶାବକମାନଙ୍କୁ ଫେରାଇ ନେବା ପାଇଁ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତର CITES ମ୍ୟାନେଜମେଣ୍ଟ ଅଥରିଟି, ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ, ଭାରତରେ ଥିବା ଇଣ୍ଡୋନେସିଆ ଦୂତାବାସ, BRIN ଏବଂ ଅନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରୁଛି ।

