ରାତିର ଅନ୍ଧାରରେ ବେଆଇନ ବାଲି ଚାଲାଣ, ଖଣି ବିଭାଗର ଚଢ଼ାଉ

ଖଣି ବିଭାଗର ପାରିବା ପଣିଆର ପ୍ରଶ୍ନ ଏବେ କଏଦ ହୋଇଛି କନକ ନ୍ୟୁଜ କ୍ୟାମେରାରେ । ଚୋରା ବାଲି ରୋକିବା ପାଇଁ ସୀମାରେ ଯେଉଁ ଖଣି ବିଭାଗର ସ୍ୱତନ୍ତ୍ର ଟିମ ଡେରା ପକାଇଥିଲା ତାହା ଥିଲା ଏକ ପ୍ରହସନ ।

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ ରାକେଟର ସତ ପରଖିଲା କନକ ନ୍ୟୁଜ । ଖଣି ବିଭାଗର ପାରିବା ପଣିଆର ପ୍ରଶ୍ନ ଏବେ କଏଦ ହୋଇଛି କନକ ନ୍ୟୁଜ କ୍ୟାମେରାରେ । ଚୋରା ବାଲି ରୋକିବା ପାଇଁ ସୀମାରେ ଯେଉଁ ଖଣି ବିଭାଗର ସ୍ୱତନ୍ତ୍ର ଟିମ ଡେରା ପକାଇଥିଲା ତାହା ଥିଲା ଏକ ପ୍ରହସନ । ଅର୍ଥାତ ଖଣି ବିଭାଗର ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍ ଆଗ ଦେଇ ଓଡ଼ିଶା ଡେଇଁ ପଡ଼ିଶା ଗଲା ବାଲି ବୋଝେଇ ହାଇୱା, ହେଲେ ବାବୁ ମାନେ ସବୁ ଜାଣି ଶୁଣି ଚୁପ୍। ଏଠି ଜଣା ପଡୁଛି ଖଣି ଅଧିକାରୀ ମାନେ ଚୋରା ବାଲି ରୋକିବାରେ କେତେ ସଫଳ ହେଉଛନ୍ତି ।

ସୀମାରେ ଖଣି ବାବୁଙ୍କ ରାତିସାରା ଡେରା ପକାଇବା ଏବଂ ସେମାନଙ୍କ ସାମ୍ନା ଦେଇ ପଡ଼ୋଶୀ ପଶ୍ଚିମବଙ୍ଗକୁ ଗାଡ଼ି ପାସ୍ ହେବା ସ୍ପଷ୍ଟ କରୁଛି ଯେ ବାଲି ମାଫିଆ ଓ ଖଣି ବିଭାଗ ଭିତରେ କିଭଳି ମଧୁଚନ୍ଦ୍ରିକା ରହିଛି । ଗତ ୨ ଦିନ ଧରି ଯେଉଁ ଚୋରା ବାଲି ଗାଡ଼ି ଧରପଗଡ଼ କରିବା ବାହାନାରେ ପଇଁତରା ମାରୁଥିଲେ ତାହା ଗୋଟିଏ ନାଟକ ଥିଲା । ତେବେ ଆମ ପାଖରେ ଥିବା ଚିତ୍ରରୁ ସ୍ପଷ୍ଟ ଯେ, ବାବୁ ମାନେ ଚୋରା କାରବାରରେ ପୂରା ଜଡ଼ିତ ଅଛନ୍ତି । ତେବେ ଏସବୁ ଦୃଶ୍ୟ ଦେଖିବା ପରେ ଜିଲ୍ଲା ପ୍ରଶାସନ ଏବଂ ରାଜସ୍ୱ ବିଭାଗ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ରହିଲା ।

Leave a Reply

Your email address will not be published. Required fields are marked *