ଏହା ପରେ ଘରେ ଘରେ ସମସ୍ତେ ନୂଆ ଖାଇବେ। ହେଲେ ଏହି ନୂଆଁଖାଇରେ ରହିଛି ଅନେକ ପରମ୍ପରା। ସେଥିମଧ୍ୟରୁ ଏକ ନିଆରା ପରମ୍ପରା ହେଉଛି କଟୁଆଳ ପରମ୍ପରା। ପୂର୍ବରୁ ଯେତେ ବେଳେ ମୋବାଇଲ ବା ଟେକ୍ନୋଲୋଜି ନଥିଲା ସେତେବେଳେ ରାଜା ହେଉକି ଜମିଦାର, ପ୍ରଜାମାନଙ୍କୁ ସୂଚନା ଦେବା ପାଇଁ କଟୁଆଳ ରଖୁଥିଲେ। ଆଉ ରାଜାଙ୍କ ସୂଚନାଙ୍କୁ ଏହି କଟୁଆଳ ମାନେ ଗାଁ ଗାଁ ବସ୍ତିବସ୍ତି ବୁଲି ପ୍ରଜାଙ୍କୁ ପ୍ରଦାନ କରୁଥିଲେ।
ଆଉ ଦିନକ କେଇଟା ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ। କଳା, ସଂସ୍କୃତି ଓ ଭାଇଚାରାର ପର୍ବ ନୂଆଁଖାଇ। ଏଥିପାଇଁ ଗାଁ ଠୁ ସହର ସବୁଆଡ଼ ଉତ୍ସବ ମୁଖର। ମା’ଙ୍କ ପାଖରେ ନବାନ୍ନ ଲାଗିହେବ। ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟ ଦେବତାଙ୍କ ପାଖରେ ଲାଗି କରିବ। ଏହା ପରେ ଘରେ ଘରେ ସମସ୍ତେ ନୂଆ ଖାଇବେ। ହେଲେ ଏହି ନୂଆଁଖାଇରେ ରହିଛି ଅନେକ ପରମ୍ପରା। ସେଥିମଧ୍ୟରୁ ଏକ ନିଆରା ପରମ୍ପରା ହେଉଛି କଟୁଆଳ ପରମ୍ପରା। ପୂର୍ବରୁ ଯେତେ ବେଳେ ମୋବାଇଲ ବା ଟେକ୍ନୋଲୋଜି ନଥିଲା ସେତେବେଳେ ରାଜା ହେଉକି ଜମିଦାର, ପ୍ରଜାମାନଙ୍କୁ ସୂଚନା ଦେବା ପାଇଁ କଟୁଆଳ ରଖୁଥିଲେ। ଆଉ ରାଜାଙ୍କ ସୂଚନାଙ୍କୁ ଏହି କଟୁଆଳ ମାନେ ଗାଁ ଗାଁ ବସ୍ତିବସ୍ତି ବୁଲି ପ୍ରଜାଙ୍କୁ ପ୍ରଦାନ କରୁଥିଲେ। ଯେଉଁ ପରମ୍ପରା ଏବେ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। କଟୁଆଳ ପରମ୍ପରା ଅନୁଯାୟୀ ଗାଁର ଯିଏ କଟୁଆଳ ରହିଥାନ୍ତି ସେ ପାରମ୍ପରିକ ବେଶରେ ହାତରେ ବାଜା ନେଇ ନୂଆଁଖାଇର କିଛି ଦିନ ପୂର୍ବରୁ ପର୍ବର ଲଗ୍ନ ଏବଂ ସମୟ ସମସ୍ତ ଗାଁ ଲୋକଙ୍କୁ ଅବଗତ କରାଇଥାନ୍ତି। ଆଉ ଏହି କଟୁଆଳ ଦେଇଥିବା ସମୟ ଅନୁସାରେ ସମସ୍ତେ ନୂଆଁଖାଇ ଦିନ ନୂଆ ଖାଇଥାନ୍ତି। କଟୁଆଳଙ୍କୁ ଏହି ଲଗ୍ନ ଗାଁ ଗଉଁଟିଆ ବା ଗାଁ ମୁଖିଆ ପ୍ରଦାନ କରିଥାନ୍ତି। ଆଉ ଏହି କଟୁଆଳ କାର୍ୟ୍ୟ କରିବା ପାଇଁ ତାଙ୍କୁ ଗାଁର ପ୍ରତି ଘରୁ ଚାଉଳ, କପଡ଼ା ବା ଟଙ୍କା ପ୍ରଦାନ କରାଯାଇଥାଏ। ତେବେ ସମୟ ବଦଳିଲାଣି ଆଉ ଧୀରେ ଧୀରେ ଏହି ପରମ୍ପରା ଲୋପ ପାଇବାକୁ ବସିଲାଣି ହେଲେ ଆଜି ବି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଜେଇକେଲା ଗାଁ ରେ ଏହି ପରମ୍ପରା ବଞ୍ଚିଛି। ଦେଖନ୍ତୁ ଗାଁ କଟୁଆଳ କିଭଳି ବାଜା ବଜାଇ ଗାଁର ପ୍ରଜାଙ୍କୁ ନୂଆଁଖାଇ ଲଗ୍ନ ବିଷୟରେ ଅବଗତ କରୁଛନ୍ତି।

