ୟେମେନରେ ଇରାନ-ସମର୍ଥିତ ହୁତି ଆତଙ୍କବାଦୀମାନେ ଗାଇଡେଡ୍ ମିସାଇଲ୍ ନିର୍ମାଣ ପାଇଁ ସଫ୍ଟୱେର୍ ବିକଶିତ କରିବା ପାଇଁ ଏନ୍ଥ୍ରୋପିକ୍ର ଏଆଇ ଚାଟବଟ୍ କ୍ଲାଉଡ୍ ବ୍ୟବହାର କରୁଥିବା ଖବର ଏବେ ଆମେରିକାକୁ ଚିନ୍ତାରେ ପକାଇଛି ।
ୟେମେନରେ ଇରାନ-ସମର୍ଥିତ ହୁତି ଆତଙ୍କବାଦୀମାନେ ଗାଇଡେଡ୍ ମିସାଇଲ୍ ନିର୍ମାଣ ପାଇଁ ସଫ୍ଟୱେର୍ ବିକଶିତ କରିବା ପାଇଁ ଏନ୍ଥ୍ରୋପିକ୍ର ଏଆଇ ଚାଟବଟ୍ କ୍ଲାଉଡ୍ ବ୍ୟବହାର କରୁଥିବା ଖବର ଏବେ ଆମେରିକାକୁ ଚିନ୍ତାରେ ପକାଇଛି।
ଗୁରୁବାର ପ୍ରକାଶିତ ୧୫୪ ପୃଷ୍ଠାର ଏହି ରିପୋର୍ଟରେ ଜୈବିକ ଅସ୍ତ୍ର ବିକଶିତ କରିବା, ଗୁପ୍ତଚରୀ କରିବା, ପ୍ରଚାର ପ୍ରସାର କରିବା ଓ ଅନ୍ୟାନ୍ୟ କ୍ଷତିକାରକ କାର୍ଯ୍ୟକଳାପ ପାଇଁ ସରକାର, ଅପରାଧୀ ଗୋଷ୍ଠୀ ଏବଂ ଅନ୍ୟମାନେ ଏନ୍ଥ୍ରୋପିକର ଶକ୍ତିଶାଳୀ ଏଆଇ ମଡେଲଗୁଡ଼ିକର କିପରି ଅପବ୍ୟବହାର କରିଛନ୍ତି ତାହାର ବିସ୍ତୃତ ବିବରଣୀ ଦିଆଯାଇଛି। ଏନ୍ଥ୍ରୋପିକ କହିଛି ଯେ, ‘ବିପଦ ସୃଷ୍ଟିକାରୀ’ ୨୦୦୦ କିଲୋମିଟରରୁ ଅଧିକ ରେଞ୍ଜ ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ହାଇପରସୋନିକ୍ ଗ୍ଲାଇଡ୍ ଯାନ ବିଶିଷ୍ଟ ଏକ କ୍ଷେପଣାସ୍ତ୍ର ପ୍ରକାର ମଧ୍ୟ ବିକଶିତ କରୁଛନ୍ତି।
କମ୍ପାନୀ କହିଛି, ସେମାନେ ଏକ ରକେଟ୍ ପରୀକ୍ଷଣ କରିଥିଲେ ଯାହା ସ୍ପଷ୍ଟ ଭାବରେ ବିଫଳ ହୋଇଥିଲା। ଏହି ରିପୋର୍ଟ ଏବେ ଆମେରିକାକୁ ଚିନ୍ତାରେ ପକାଇଛି। ଏନ୍ଥ୍ରୋପିକ୍ ଗୁରୁବାର ଜାରି କରିଥିବା ନିଜ ରିପୋର୍ଟରେ କହିଛି ଯେ, ସେ ଚୀନ୍ , ରୁଷ୍ ଓ ୟେମେନରେ ଏପରି ଛଅ ଅପରେସନ୍କୁ ବାଧା ଦେଇଛି, ଯେଉଁଠାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବିକାଶ, ଗୁପ୍ତ ତଥ୍ୟ ସଂଗ୍ରହ କିମ୍ବା ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ କ୍ଲାଉଡ୍ ଏଆଇ ବ୍ୟବହାର କରାଯାଉଥିଲା।
ଏନ୍ଥ୍ରୋପିକ ଅନୁଯାୟୀ, ୟେମେନରେ କାର୍ଯ୍ୟ କରୁଥିବା ଏହି ସେଲ୍ ଅନେକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ କାମ କରୁଥିଲା, ଯେଉଁଥିରେ ୨୦୦୦ କିଲୋମିଟରରୁ ଅଧିକ ଦୂରତା ଥିବା ଏକ ମଲ୍ଟି-ଷ୍ଟେଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ। ତେବେ ଏନେଇ ଏନ୍ଥ୍ରୋପିକ୍ କୌଣସି ସ୍ପଷ୍ଟ ପ୍ରମାଣ ପାଇନଥିଲେ ମଧ୍ୟ ପରୀକ୍ଷଣର ବିଫଳତାରୁ ସତର୍କ ହୋଇଥିବା ପରି ଜଣାପଡ଼ୁଛି।

