ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ନିହତ

ଜମ୍ମୁ -କାଶ୍ମୀରର ସୋପିଆନ୍‌ରେ ବୁଧବାର ସଶସ୍ତ୍ର ବାହିନୀର ଏନକାଉଣ୍ଟରରେ ଜଣେ ଲସ୍କର-ଇ‌-ତୋଇବା ଆତଙ୍କବାଦୀ ନିହତ ହୋଇଛି। ସଶସ୍ତ୍ର ବାହିନୀ ପକ୍ଷରୁ ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରାଯାଇନାହିଁ। ତେବେ ମୃତ ଆତଙ୍କବାଦୀ ଜାକିର ଗନିଆ ବୋଲି ଜଣାପଡ଼ିଛି। 

ଜମ୍ମୁ -କାଶ୍ମୀରର ସୋପିଆନ୍‌ରେ ବୁଧବାର ସଶସ୍ତ୍ର ବାହିନୀର ଏନକାଉଣ୍ଟରରେ ଜଣେ ଲସ୍କର-ଇ‌-ତୋଇବା ଆତଙ୍କବାଦୀ ନିହତ ହୋଇଛି। ସଶସ୍ତ୍ର ବାହିନୀ ପକ୍ଷରୁ ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରାଯାଇନାହିଁ। ତେବେ ମୃତ ଆତଙ୍କବାଦୀ ଜାକିର ଗନିଆ ବୋଲି ଜଣାପଡ଼ିଛି। 

ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଜମ୍ମୁ-କାଶ୍ମୀର ପୁଲିସ କହିଛି, ତୁମେ ଦୌଡ଼ି ପାରିବ କିନ୍ତୁ ଲୁଚି ପାରିବ ନାହିଁ। ସେନାର ରାଷ୍ଟ୍ରୀୟ ରାଇଫଲ୍ସ (ଆର୍‌ଆର୍‌) ଓ ସିଆର୍‌ପିଏଫ୍‌ ସହିତ ଏକ ମିଳିତ ଅପରେସନରେ ସୋପିଆନ୍‌ ଏସଓଜି ଦ୍ବାରା ଜଣେ ଲସ୍କର ଆତଙ୍କବାଦୀ ନିହତ ହୋଇଛି ବୋଲି କୁହାଯାଇଛି। ଭାରତର ମୋଷ୍ଟ ୱାଣ୍ଟେଡ୍ ହାଫିଜ୍ ସୟିଦ ନେତୃତ୍ୱାଧୀନ ଲସ୍କର-ଇ-ତୋଇବାର ଦୁଇ ସ୍ଥାନୀୟ ଆତଙ୍କବାଦୀଙ୍କୁ ଠାବ କରିବା ପରେ ସଶସ୍ତ୍ର ବାହିନୀ ସୋପିଆନରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲା । 

ଦୁଇ ଆତଙ୍କବାଦୀଙ୍କୁ ପ୍ରଥମେ ଜୁଲାଇ ୩ ତାରିଖରେ ସାତଟି ଗ୍ରାମକୁ ନେଇ ଗଠିତ ମିମାନଦାର ଅଞ୍ଚଳର ଏକ ଘଞ୍ଚ ବଗିଚା ଭିତରେ ଦେଖିବାକୁ ମିଳିଥିଲା। ଆତଙ୍କବାଦୀ ଦ୍ବୟ ଲତିଫ୍‌ ଓ ଜାକିର୍‌ ବୋଲି ଜଣାପଡ଼ିଥିଲା। ସଶସ୍ତ୍ର ବାହିନୀର ହାବୁଡ଼ରେ ପଡ଼ିବା ପରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ଜାକିର୍‌ ଲସ୍କର ସହିତ ୨୦୨୪ରୁ ଜଡ଼ିତ ଥିବାବେଳେ ଲତିଫ୍‌ ଗତବର୍ଷ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା। ଦକ୍ଷିଣ କାଶ୍ମୀରକୁ କାଶ୍ମୀରର କେନ୍ଦ୍ରୀୟ ଅଞ୍ଚଳ ଓ ପୀର୍‌ ପଞ୍ଜାଲ ସହିତ ଯୋଡ଼ୁଥିବା ସୋପିଆନ୍‌ ପାରମ୍ପରିକ ଭାବେ ଆତଙ୍କବାଦୀଙ୍କ ଦ୍ବାରା ଗମନାଗମନ ମାର୍ଗ ଭାବେ କାର୍ଯ୍ୟ କରିଆସୁଛି। ବିଦେଶୀ ଆତଙ୍କବାଦୀମାନେ ମୁଖ୍ୟତଃ ଆକ୍ରମଣ କରୁଥିବାବେଳେ ଲତିଫ୍‌ ଓ ଜାକିର୍‌ ପରି ସ୍ଥାନୀୟ ଆତଙ୍କୀ ଲଜିଷ୍ଟିକ୍‌ ସହାୟତା ଯୋଗାଇ ଆସୁଥିଲେ।

Leave a Reply

Your email address will not be published. Required fields are marked *