ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା,ଖାରଜ ହେଲା ଏହି ଆବେଦନ

ଚିଟଫଣ୍ଡ ମାମଲାରେ ସିବିଆଇ କୋର୍ଟରେ ଚାଲିଥିବା କେସ୍‌ ଖାରଜ କରିବା ନେଇ ପ୍ରଭାତ ବିଶ୍ୱାଳ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆଜି ତାଙ୍କର ଏହି ଆବେଦନକୁ ଖାରଜ କରିବା ସହ ୬ ମାସ ମଧ୍ୟରେ ଏହି ମାମଲା ଶେଷ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । 

ବିଜେଡିର ପୂର୍ବତନ ବିଧାୟକ ତଥା ଏବେ ବିଜେଡିର ବିଦ୍ରୋହୀ ନେତା ପ୍ରଭାତ ବିଶ୍ୱାଳଙ୍କୁ ଓଡ଼ିଶା ହାଇକୋର୍ଟରୁ ବଡ଼ ଝଟକା ମିଳିଛି । ଚିଟଫଣ୍ଡ ମାମଲାରେ ସିବିଆଇ କୋର୍ଟରେ ଚାଲିଥିବା କେସ ଖାରଜ କରିବା ନେଇ ପ୍ରଭାତ ବିଶ୍ୱାଳ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆଜି ତାଙ୍କର ଏହି ଆବେଦନକୁ ଖାରଜ କରିବା ସହ ୬ ମାସ ମଧ୍ୟରେ ଏହି ମାମଲା ଶେଷ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା ଥାଉ କି, ସି ସୋର ଚିଟଫଣ୍ଡ କମ୍ପାନି ସହ ଅର୍ଥ ହେରଫେର ନେଇ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନି ବିଶ୍ୱାଳଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଥିଲା । ଏହାପରେ ସିବିଆଇ ତରଫରୁ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । କିଛିଦିନ ଜେଲରେ ରହିବା ପରେ ଅସୁସ୍ଥତା କାରଣ ଦର୍ଶାଇ ସେ ଜାମିନରେ ଆସିଥିଲେ ।

Leave a Reply

Your email address will not be published. Required fields are marked *