ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ସବୁଆଡ଼େ ଉତ୍ସବର ମାହୋଲ । ଅମଳ ହୋଇଥିବା ନୂଆ ଫସଲକୁ ପ୍ରଥମେ ନିଜ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବା ପରେ ନବାନ୍ନ ଭକ୍ଷଣ କରିବାର ପରମ୍ପରା ରହିଛି ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ସବୁଆଡ଼େ ଉତ୍ସବର ମାହୋଲ । ଅମଳ ହୋଇଥିବା ନୂଆ ଫସଲକୁ ପ୍ରଥମେ ନିଜ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବା ପରେ ନବାନ୍ନ ଭକ୍ଷଣ କରିବାର ପରମ୍ପରା ରହିଛି । ଏହି ପରମ୍ପରା ସହ ଭାଇଚାରା ଓ ସାମାଜିକ ଏକତାର ନିଆରା ବାର୍ତ୍ତା ଦେଇଆସୁଛି ପଦ୍ମପୁର ସହରର ଝାଙ୍କରପଡ଼ା ।
ଝାଙ୍କରପଡ଼ାର ଶହେରୁ ଅଧିକ ପରିବାର ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ଏକାଠି ହୋଇ ନୂଆଁଖାଇ ପାଳନ କରିଆସୁଛନ୍ତି । ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଅମଳର ଫସଲ ଅର୍ପଣ କରିବା ପରେ ସମସ୍ତେ ଏକାଠି ହୋଇ ନବାନ୍ନ ଭକ୍ଷଣ କରିଥାନ୍ତି ।
ନୂଆଁଖାଇ ଅବସରରେ ଏହି ସାମୂହିକ ନବାନ୍ନ ଭକ୍ଷଣ କେବଳ ପର୍ବ ପାଳନରେ ସୀମିତ ନୁହେଁ । ବରଂ ଏହା ସାମାଜିକ ସଦ୍ଭାବ, ଭାଇଚାରା ଓ ଏକତାର ଏକ ନିଆରା ଉଦାହରଣ ପାଲଟିଛି । ନୂଆଁଖାଇ ଭଳି ପରମ୍ପରା ମାଧ୍ୟମରେ ଝାଙ୍କରପଡ଼ାବାସୀ ଦେଉଛନ୍ତି ଏକାଠି ହୋଇ ରହିବାର ବାର୍ତ୍ତା ।

