ସନାତନ ଧର୍ମର ପ୍ରଚାର କରୁଛନ୍ତି ରୁଦ୍ର, ସ୍କେଟିଂରେ କରୁଛନ୍ତି ରାଜ୍ୟ ଭ୍ରମଣ

ଲକ୍ଷ୍ୟ କେବଳ ଭ୍ରମଣ ନୁହେଁ, ବିଭିନ୍ନ ଧର୍ମପୀଠ ଓ ମନ୍ଦିର ଦର୍ଶନ କରି ଆଧ୍ୟାତ୍ମିକ ଅନୁଭୂତି ସାଉଁଟିବା ସହ ସନାତନ ଧର୍ମର ପ୍ରଚାର କରିବା । ଦୁଇ ବର୍ଷ ଧରି ଚାଲିଛି ରୁଦ୍ରଙ୍କ ଏହି ନିଆରା ଯାତ୍ରା ।

ସ୍କେଟିଙ୍ଗ କରି ଭାରତ ଭ୍ରମଣ । ଦୁଇ ବର୍ଷ ହେଲା ସ୍କେଟିଙ୍ଗ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟ ବୁଲୁଛନ୍ତି ମଧ୍ୟପ୍ରଦେଶ କଟନି ଜିଲ୍ଲାର ରୁଦ୍ର ପଟେଲ । ଲକ୍ଷ୍ୟ କେବଳ ଭ୍ରମଣ ନୁହେଁ, ବିଭିନ୍ନ ଧର୍ମପୀଠ ଓ ମନ୍ଦିର ଦର୍ଶନ କରି ଆଧ୍ୟାତ୍ମିକ ଅନୁଭୂତି ସାଉଁଟିବା ସହ ସନାତନ ଧର୍ମର ପ୍ରଚାର କରିବା । ଦୁଇ ବର୍ଷ ଧରି ଚାଲିଛି ରୁଦ୍ରଙ୍କ ଏହି ନିଆରା ଯାତ୍ରା । ଇତିମଧ୍ୟରେ ଅନେକ ରାଜ୍ୟ ପାର୍ ହୋଇ ଆଜି ସେ ପହଞ୍ଚିଛନ୍ତି ଗଞ୍ଜାମରେ ।

ଗଞ୍ଜାମରେ ପହଞ୍ଚି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି । ମା’ଙ୍କ ଦର୍ଶନ ପରେ ଏବେ ପୁରୀ ଅଭିମୁଖେ ସ୍କେଟିଙ୍ଗ କରି ବାହାରିଛନ୍ତି ରୁଦ୍ର । ଲକ୍ଷ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଜଗନ୍ନାଥ ଦର୍ଶନ ପରେ ପଶ୍ଚିମବଙ୍ଗ ଦେଇ ଆହୁରି ୧୦ଟି ରାଜ୍ୟ ଭ୍ରମଣ କରିବାକୁ ଯୋଜନା ରହିଛି । ସ୍କେଟିଙ୍ଗ ମାଧ୍ୟମରେ ଦେଶ ଭ୍ରମଣ, ମନ୍ଦିର ଦର୍ଶନ ଓ ସନାତନ ଧର୍ମର ପ୍ରଚାର—ରୁଦ୍ରଙ୍କ ଏହି ନିଆରା ପ୍ରୟାସ ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି ।

Leave a Reply

Your email address will not be published. Required fields are marked *