ଲାଞ୍ଚ ନେଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ ଚାଷୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଧରାପଡି ଗିରଫ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ।
ଲାଞ୍ଚ ନେଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ ଚାଷୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଧରାପଡି ଗିରଫ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବସିଡି ଦେବା ସହ ପୁରୁଷୋତ୍ତମପୁରର ହିତାଧିକାରୀ ସୁଶାନ୍ତ ପଣ୍ଡାଙ୍କ ଠାରୁ ଲାଞ୍ଚ ନେଉଥିଲେ ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର । ବ୍ୟୋମକେଶ ମିଶ୍ରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ପରେ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ରହିଛି ।
୨୦୨୩ରୁ ହିତାଧିକାରୀ ସୁଶାନ୍ତ ଏହି ଯୋଜନାରେ ଆବେଦନ କରୁଥିବା ବେଳେ ଫାଇଲଟି ଅଟକି ଥିଲା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଟେବୁଲରେ । ତେବେ ସୁଶାନ୍ତଙ୍କ ଫାଇଲକୁ ଦୁଇ ମାସ ଧରି ପ୍ରକ୍ରିୟାକରଣ କରିନଥିଲେ ବ୍ୟୋମକେଶ । ସବସିଡି ଟଙ୍କା ପାଇବାକୁ ହେଲେ ୧୫ ହଜାର ଟଙ୍କା ଲାଞ୍ଚ ମାଗିବା ସହ ପରେ ସବସିଡିରୁ କିଛି ଅଂଶ ଦେବାକୁ ହିତାଧିକାରୀଙ୍କୁ କହିଥିଲେ । ଏନେଇ ସୁଶାନ୍ତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇ ବ୍ୟୋମକେଶଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।

