ଜଙ୍ଗଲ ଜମି ଉଚ୍ଛେଦକୁ ବିରୋଧ , ରାସ୍ତାରୋକ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଜମ୍ବୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମରେ ଆଜି ଜଙ୍ଗଲ ଜମି ଉଚ୍ଛେଦକୁ ନେଇ ଦେଖିବାକୁ ମିଳିଛି ହାଇଡ୍ରାମା । ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ଜବରଦଖଲ ହଟାଇବା ସହ ବୃକ୍ଷରୋପଣ କରିବାକୁ ବନ ବିଭାଗର ଟିମ୍ ପହଞ୍ଚିଥିଲା ।

 କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଜମ୍ବୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମରେ ଆଜି ଜଙ୍ଗଲ ଜମି ଉଚ୍ଛେଦକୁ ନେଇ ଦେଖିବାକୁ ମିଳିଛି ହାଇଡ୍ରାମା । ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ଜବରଦଖଲ ହଟାଇବା ସହ ବୃକ୍ଷରୋପଣ କରିବାକୁ ବନ ବିଭାଗର ଟିମ୍ ପହଞ୍ଚିଥିଲା । ହେଲେ ଏହାକୁ ସ୍ଥାନୀୟ ଲୋକ ଦୃଢ଼ ବିରୋଧ କରିଥିଲେ । ଉଚ୍ଛେଦ କାର୍ଯ୍ୟ ବନ୍ଦ ଦାବିରେ ଗ୍ରାମବାସୀଙ୍କ ସହ ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଜମ୍ବୁ–କଣ୍ଡରାପାଟିଆ ମୁଖ୍ୟ ରାସ୍ତା ଅବରୋଧ କରି ବସିଥିଲେ ।

ଫଳରେ କିଛି ସମୟ ପାଇଁ ଯାତାୟାତ ବ୍ୟାହତ ହୋଇଥିଲା ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ଉଚ୍ଛେଦ ଅଭିଯାନରେ ରାଜନଗର, ଜମ୍ବୁ ଏବଂ ଗହୀରମାଥା ରେଞ୍ଜର ୨୦୦ରୁ ଅଧିକ ବନ କର୍ମଚାରୀଙ୍କ ସହ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିଲା । ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *