ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଶିଶୁ ଉଦ୍ୟାନ ଏବେ ଅବହେଳାର ଶିକାର । ଦିନେ ଯେଉଁଠି ଛୋଟ ପିଲାଙ୍କ କୋଳାହଳ ସାଙ୍ଗକୁ ପରିବାର ଲୋକଙ୍କ ଭିଡ଼ ଜମୁଥିଲା, ଆଜି ସେଠି ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର । ଭାଙ୍ଗିରୁଜି ଗଲାଣି ଉଦ୍ୟାନର ବିଭିନ୍ନ ସାମଗ୍ରୀ ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଶିଶୁ ଉଦ୍ୟାନ ଏବେ ଅବହେଳାର ଶିକାର । ଦିନେ ଯେଉଁଠି ଛୋଟ ପିଲାଙ୍କ କୋଳାହଳ ସାଙ୍ଗକୁ ପରିବାର ଲୋକଙ୍କ ଭିଡ଼ ଜମୁଥିଲା, ଆଜି ସେଠି ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର । ଭାଙ୍ଗିରୁଜି ଗଲାଣି ଉଦ୍ୟାନର ବିଭିନ୍ନ ସାମଗ୍ରୀ । ନଷ୍ଟ ହେବାକୁ ବସିଲାଣି ଦାଣ୍ଡିଯାତ୍ରାର ମୂର୍ତ୍ତି । ରକ୍ଷଣାବେକ୍ଷଣ ଅଭାବରୁ ନିଜର ପୂର୍ବ ଗୌରବ ହରାଇବାକୁ ବସିଛି ଏହି ଶିଶୁ ଉଦ୍ୟାନ ।
ଦିନେ ଶିଶୁଙ୍କ ଖେଳକୁଦ ଓ ପରିବାର ସହ ସମୟ ବିତାଇବାର ପ୍ରମୁଖ ସ୍ଥାନ ପାଲଟିଥିବା ଏହି ଉଦ୍ୟାନ ଏବେ ଶ୍ରୀହୀନ। ପାର୍କ ପରିସରରେ ଅବାଧରେ ବୁଲୁଛନ୍ତି ଗାଈଗୋରୁ। ଚାରିଆଡ଼େ ଅପରିଷ୍କାର ପରିବେଶ ସାଙ୍ଗକୁ ଭାଙ୍ଗିରୁଜି ପଡ଼ିଛି ବିଭିନ୍ନ ସାମଗ୍ରୀ । ଏପରିକି ଉଦ୍ୟାନ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବା ଏବଂ ମଦ ଓ ମାଂସର ଆସର ଚାଲୁଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଛୋଟ ପିଲାଙ୍କୁ ନେଇ ପାର୍କକୁ ଆସିବାକୁ ଅମଙ୍ଗ ହେଉଛନ୍ତି ଅଭିଭାବକ ।
ଲୋକଙ୍କ ମନୋରଞ୍ଜନ ଓ ଅବସର ବିନୋଦନର ମାଧ୍ୟମ ହେବାକୁ ଥିବା ଶିଶୁ ଉଦ୍ୟାନ ଏବେ ନିଜ ଅସ୍ତିତ୍ୱ ହରାଇବାକୁ ବସିଛି। ଏଭଳି ସ୍ଥିତି ପାଇଁ ଦାୟୀ କିଏ? ଉଦ୍ୟାନର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର? କଣ୍ଟାବାଞ୍ଜି ଏନ୍ଏସିର ଅବହେଳାକୁ ନେଇ ପ୍ରଶ୍ନ ଉଠାଇବା ସହ ତୁରନ୍ତ ପାର୍କର ପୁନରୁଦ୍ଧାର ଓ ସଫେଇ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

