ରାଉଣ୍ଡ-୩୨ରେ ଇଂଲଣ୍ଡ, ‌କ୍ରୋଏସିଆ, ଘାନା

ପାନାମା ହ୍ୟାଟ୍ରିକ୍‌ ପରାଜୟ ସହ ଚଳିତ ବିଶ୍ବକପ୍‌ରୁ ବିଦାୟ ନେଇଛି। ପ୍ରଥମ ପଏଣ୍ଟ୍‌ ଆଶାରେ ଥିବା ପ୍ରଥମାର୍ଦ୍ଧରେ ଶକ୍ତିଶାଳୀ ଇଂଲଣ୍ଡକୁ କୌଣସି ସୁଯୋଗ ଦେଇ ନଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଇଂଲଣ୍ଡ ଚମତ୍କାର ଖେଳି ଦୁଇଟି ‌ଗୋଲ୍‌ ଲଦି ପାନାମାକୁ ହରାଇ ଦେଇଛି।

ଚଳିତ ଫିଫା ବିଶ୍ବକପ୍‌ର ଗ୍ରୁପ୍‌-ଏଲ୍‌’ରୁ ଇଂଲଣ୍ଡ, କ୍ରୋଏସିଆ ଓ ଘାନା ରାଉଣ୍ଡ-୩୨ରେ ସ୍ଥାନ ନିଶ୍ଚିତ କରିଛନ୍ତି । ନ୍ୟୁୟର୍କରେ ଇଂଲଣ୍ଡ ୨-୦ ଗୋଲ୍‌ରେ ପାନାମାକୁ ହରାଇ ଗ୍ରୁପ୍ ଟପର୍‌ ଭାବେ ଏହି ସ୍ଥାନ ପକ୍କା କରିଥିଲା । ସେହିଭଳି କ୍ରୋଏସିଆ ୨-୧ରେ ଘାନାକୁ ହରାଇ ଗ୍ରୁପ୍‌ର ଦ୍ବିତୀୟ ସ୍ଥନରେ ରହିଛି। ପରାଜୟ ସତ୍ତ୍ବେ ଘାନା (୪ ପଏଣ୍ଟ୍‌) ତୃତୀୟ ସ୍ଥାନରେ ରହି ନକ୍‌ଆଉଟ୍‌ରେ ପହଞ୍ଚିଛି।

ପାନାମାର ହ୍ୟାଟ୍ରିକ୍‌ ପରାଜୟ
ପାନାମା ହ୍ୟାଟ୍ରିକ୍‌ ପରାଜୟ ସହ ଚଳିତ ବିଶ୍ବକପ୍‌ରୁ ବିଦାୟ ନେଇଛି। ପ୍ରଥମ ପଏଣ୍ଟ୍‌ ଆଶାରେ ଥିବା ପ୍ରଥମାର୍ଦ୍ଧରେ ଶକ୍ତିଶାଳୀ ଇଂଲଣ୍ଡକୁ କୌଣସି ସୁଯୋଗ ଦେଇ ନଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଇଂଲଣ୍ଡ ଚମତ୍କାର ଖେଳି ଦୁଇଟି ‌ଗୋଲ୍‌ ଲଦି ପାନାମାକୁ ହରାଇ ଦେଇଛି। ୬୨ତମ ମିନିଟ୍‌ରେ ବୁକାୟୋ ସାକାଙ୍କ ପାସ୍‌କୁ ଜୁଡେ ବେଲିଂହାମ୍‌ ଗୋଲ୍‌ରେ ପରିଣତ କରି ଇଂଲଣ୍ଡକୁ ଆଗୁଆ କରିଥିଲେ। ଏହାର ୫ ମିନିଟ୍‌ ପରେ ବେଲିଂହାମ୍‌ଙ୍କ ପାସ୍‌ରେ ହ୍ୟାରି କେନ୍‌ ଗୋଲ୍‌ ଦେଇ ଇଂଲଣ୍ଡକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହା ପରେ ଆଉ ଗୋଲ୍‌ ନ ହେବାରୁ ଇଂଲଣ୍ଡ ବିଜୟୀ ହେବା ସହ ୭ ପଏଣ୍ଟ୍‌ ପାଇ ଗ୍ରୁପ୍‌ର ଶୀର୍ଷ ସ୍ଥାନ ଦଖଲ କରିଥିଲା।

ଘାନାକୁ ହରାଇ ‌କ୍ରୋଏସିଆ ଦ୍ବିତୀୟ
ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ନିକୋଲା ଭ୍ଲାସିକ୍‌ଙ୍କ ଲେଟ୍‌ ଗୋଲ୍‌ରେ କ୍ରୋଏସିଆ ୨-୧ରେ ଘାନାକୁ ହରାଇ ଦ୍ବିତୀୟ ସ୍ଥାନକୁ ଉଠିଛି। ମ୍ୟାଚ୍‌ର ୩୧ତମ ମିନିଟ୍‌ରେ ମାତିଓ‌ କୋଭାସିକ୍‌ଙ୍କ ପାସ୍‌ରେ ପେଟାର ସୁସିକ୍‌ ଗୋଲ୍‌ ଦେଇ କ୍ରୋଏସିଆକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହି ଗୋଲ୍‌ ବଳରେ କ୍ରୋଏସିଆ ପ୍ରଥମାର୍ଦ୍ଧକୁ ନିଜ ପକ୍ଷରେ ରଖିଥିଲା। ୭୩ତମ ମିନିଟ୍‌ରେ ଘାନାର ଡାରିକ୍‌ ଲୁକାସେନ ଗୋଲ୍‌ଟି ଶୁଝି ସ୍ଥିତି ସାମନ କରି ଦେଇଥିଲେ। ଏର୍ନେଷ୍ଟ ନୁଆମାଙ୍କ ପାସ୍‌ରେ ଲୁକାସେନ୍‌ ଏହି ଗୋଲ୍‌ଟି ଦେଇଥିଲେ। ତେ‌ବେ ୮୩ତମ ମିନିଟ୍‌ରେ ଲୁକା ମେଡ୍ରିକଙ୍କ ସଟ୍‌କୁ ଭ୍ଲସିକ୍‌ ଘାନାର ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ଦେବାରୁ କ୍ରୋଏସିଆ ୨-୧ରେ ଆଗୁଆ ହୋଇ ଯାଇଥିଲା। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ନ‌ ହେବାରୁ କ୍ରୋଏସିଆ ବିଜୟୀ ହୋଇଥିଲା। ପୂର୍ବରୁ ୪ ପଏଣ୍ଟ୍‌ ହାସଲ କରି ନଥିବା ଘାନାକୁ ଏହି ପରାଜୟ ନକ୍‌ଆଉଟ୍‌ ଯୋଗ୍ୟତାକୁ ଅଟକାଇ ପାରି ନଥିଲା। ତୃତୀୟ ଦଳ ଭାବେ ଏହି ଦଳ ନକ୍‌ଆଉଟ୍‌ରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *