ଅସ୍ତରଙ୍ଗ-କାକଟପୁରରେ ଛେଚୁଛି ବର୍ଷା , ତଳିଆ ଅଞ୍ଚଳରେ ପଶିଲା ପାଣି

ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳରେ ଲାଗି ରହିଛି ବର୍ଷା । ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ସକାଳ ସାଢ଼େ ୭ଟାରୁ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳରେ ଲାଗି ରହିଛି ବର୍ଷା । ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ସକାଳ ସାଢ଼େ ୭ଟାରୁ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବର୍ଷାର ପ୍ରଭାବରେ ଅଞ୍ଚଳର ବିଭିନ୍ନ ତଳିଆ ସ୍ଥାନରେ ପାଣି ଜମିବା ସହ କେତେକ ସ୍ଥାନରେ ଘର ଓ ରାସ୍ତାରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି । ଫଳରେ ଯାତାୟାତ ସହ ଦୈନନ୍ଦିନ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି । ଉପକୂଳ ଅଞ୍ଚଳରେ ଏଭଳି ବର୍ଷା ଆହୁରି ଜାରି ରହିଲେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଅଧିକ ଗମ୍ଭୀର ହେବା ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *