ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦରେ ଇସ୍କନ , ସିକାଗୋରେ ଆୟୋଜନକୁ ନେଇ ଅସନ୍ତୋଷ

ପୁଣି ଥରେ ବିବାଦରେ ଇସ୍କନ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ତିଥିକୁ ନେଇ ବିବାଦ ଥମୁନି । ପୂର୍ବରୁ ବିଭିନ୍ନ ସମୟରେ ଆପତ୍ତି ଉଠିଥିବାବେଳେ, ଏଥର ଆମେରିକାର ସିକାଗୋରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁଣି ତେଜିଛି ବିବାଦ ।

ପୁଣି ଥରେ ବିବାଦରେ ଇସ୍କନ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ତିଥିକୁ ନେଇ ବିବାଦ ଥମୁନି । ପୂର୍ବରୁ ବିଭିନ୍ନ ସମୟରେ ଆପତ୍ତି ଉଠିଥିବାବେଳେ, ଏଥର ଆମେରିକାର ସିକାଗୋରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁଣି ତେଜିଛି ବିବାଦ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଅବମାନନା ହୋଇଥିବା ଅଭିଯୋଗ ଉଠିଥିବାବେଳେ, ଇସ୍କନର ଏଭଳି ପଦକ୍ଷେପକୁ ନେଇ ଅନେକ ମହଳରେ ପ୍ରଶ୍ନ ଉଠିଛି । ଶ୍ରୀଜଗନ୍ନାଥ ସଂସ୍କୃତିରେ ରଥଯାତ୍ରାର ତିଥି ଓ ପରମ୍ପରାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ । ଏହା ସତ୍ତ୍ୱେ ଆମେରିକାର ସିକାଗୋରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିବାରୁ ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ମଧ୍ୟ ରଥଯାତ୍ରା ତିଥି ଓ ଉତ୍ସବ ପାଳନକୁ ନେଇ ବିଭିନ୍ନ ସନ୍ଥ, ସେବାୟତ ଓ ସଂସ୍କୃତିପ୍ରେମୀମାନେ ଆପତ୍ତି ଜଣାଇ ଆସୁଛନ୍ତି । ତାଗିଦ ଓ ଚେତାବନୀ ସତ୍ତ୍ୱେ ପୁଣି ଥରେ ଅଦିନିଆ ରଥଯାତ୍ରା ଆୟୋଜନ ହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ଆଚାର-ବିଚାରକୁ ଯଥାବିଧି ପାଳନ କରାଯିବା ଉଚିତ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଥିବାବେଳେ, ଇସ୍କନର ଏହି ପଦକ୍ଷେପକୁ ନେଇ ପୁଣି ଥରେ ବିତର୍କ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *