ବ୍ୟାଙ୍କ ଭିତରେ ହଙ୍ଗାମା… SBI ମ୍ୟାନେଜରଙ୍କୁ ଚାପୁଡ଼ା ମାରିବା ଅଭିଯୋଗ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ନାତୁଣୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.କେ. ଅଲାଗିରିଙ୍କ ଝିଅ କାୟଲଭିଝି ଅଲାଗିରିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ବ୍ୟାଙ୍କ ଭିତରେ ହଙ୍ଗାମା… SBI ମ୍ୟାନେଜରଙ୍କୁ ଚାପୁଡ଼ା ମାରିବା ଅଭିଯୋଗ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ନାତୁଣୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.କେ. ଅଲାଗିରିଙ୍କ ଝିଅ କାୟଲଭିଝି ଅଲାଗିରିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଘଟଣାର CCTV ଭିଡିଓ ସାମ୍ନାକୁ ଆସିବା ପରେ ମାମଲା ଚର୍ଚ୍ଚାରେ ରହିଛି । ଚେନ୍ନାଇର ଆଡ଼ୟାର ଅଞ୍ଚଳରେ ଥିବା SBI NRI ବ୍ରାଞ୍ଚରେ ଏହି ଘଟଣା ଘଟିଛି । ପୁଲିସ ଅନୁସାରେ, ବିଲ୍ଡିଂର ଲିଫ୍ଟ ସମସ୍ୟାକୁ ନେଇ ବ୍ୟାଙ୍କ ମ୍ୟାନେଜର ଓ କାୟଲଭିଝିଙ୍କ ମଧ୍ୟରେ ବିବାଦ ହୋଇଥିଲା ।
ଅଭିଯୋଗ ଅନୁସାରେ, ଲିଫ୍ଟ ମରାମତି ନେଇ ଆଲୋଚନା ସମୟରେ କଥା କଟାକଟି ତୀବ୍ର ହୋଇଥିଲା । ପରେ କାୟଲଭିଝି ବ୍ୟାଙ୍କ ମ୍ୟାନେଜରଙ୍କ କ୍ୟାବିନ୍କୁ ଯାଇଥିଲେ ଏବଂ ସେଠାରେ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଘଟଣାର ଦୃଶ୍ୟ ବ୍ୟାଙ୍କର CCTV କ୍ୟାମେରାରେ କଏଦ ହୋଇଥିବା କୁହାଯାଉଛି । ଭିଡିଓ ସାମ୍ନାକୁ ଆସିବା ପରେ ଏହା ନେଇ ସାମାଜିକ ଓ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଘଟଣା ପରେ SBI ଅଧିକାରୀଙ୍କ ଅଭିଯୋଗ ଆଧାରରେ ଆଡ଼ୟାର ପୁଲିସ କେସ୍ ରୁଜୁ କରିଛି । ଘଟଣାର ତଦନ୍ତ ଚାଲିଥିବାବେଳେ CCTV ଫୁଟେଜ୍କୁ ମଧ୍ୟ ଯାଞ୍ଚ କରାଯାଉଛି ।

